Odisha Link
Bridging the Missing Links in Odisha

ଏକ ଭାରତ ଶ୍ରେଷ୍ଠ ଭାରତରେ ସୋଆ ଏନ୍‌ଏସ୍‌ଏସ୍‌

ଭୁବନେଶ୍ୱର: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ ଖେଳ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ “ଏକ ଭାରତ ଶ୍ରେଷ୍ଠ ଭାରତ” ୱେବିନାରରେ ଓଡ଼ିଶା ଓ ମହାରଷ୍ଟ୍ର ନିଜ ନିଜ ରାଜ୍ୟର ସାଂସ୍କୃତିକ ଧରୋହର ଉପସ୍ଥାପନା କରିଥିଲେ। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା ପଡୋଶୀ ରାଜ୍ୟ ଓ ଭାରତର ସାଂସ୍କୃତିକ ଏକତାକୁ ହୃଦୟଙ୍ଗମ କରିବା।

ଓଡ଼ିଶା ପକ୍ଷରୁ ସୋଆ ଏନ୍‌ଏସ୍‌ଏସ୍ ସଂଯୋଜକ ଡ. ନଚିକେତା ଶର୍ମା ଏହି ୱେବିନାର ମାଧ୍ୟମରେ ଓଡ଼ିଶାର ନୃତ୍ୟ, ଲୋକ ସଂଗୀତ, ବାଦ୍ୟଯବ, ଜନପ୍ରିୟ ସ୍ଥାନୟୀ ସଂଗୀତ ଉପରେ ଏକ ତଥ୍ୟ ଉପସ୍ଥପାନ କରିଥିଲେ। ଓଡ଼ିଶୀ, ଗୋଟିପୁଅ, ଛଉ, ଦଣ୍ଡ ନାଚ, ଘୁମୁରା ନାଚ, ଦ୍ୱାରୀ ନାଚ, ପାଲା, ଦାଶକାଠିଆ, ଡାଲଖାଇ, ସମ୍ବଲପୁରୀ, ରଣପା, ମେଢ ନାଚ, ଚଇତି ଘୋଡା ନାଚ, ଚକୁଳିଆ ପଣ୍ଡା, କେନ୍ଦେରା ଗୀତ, ଓଡ଼ିଶାର ବାଦ୍ୟଯବ ଇତ୍ୟାଦି ବିଷୟରେ ଉଭୟ ଓଡ଼ିଶା ଓ ମହାରାଷ୍ଟ୍ରର ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଓ କର୍ମକର୍ତାଙ୍କୁ ସେ ଅବଗତ କରାଇଥିଲେ।

ସେହିପରି ଏହି ୱେବିନାରରେ ମହାରାଷ୍ଟ୍ର ମଧ୍ୟ ନିଜ ରାଜ୍ୟର ସଂଗୀତ ନୃତ୍ୟ, ପର୍ବପର୍ବାଣୀ ବିଷୟରେ ଏକ ଉପସ୍ଥାପନା କରିଥିଲା। ପ୍ରଥମରେ ମୁଖ୍ୟ ଅତିଥି ଯୁବ ବ୍ୟାପାର ସଚିବ ଶ୍ରୀମତି ଉଷା ଶର୍ମା ଉଦ୍‌ବୋଧନ ଦେଇଥିବା ବେଳେ ଯୁଗ୍ମ ସଚିବ ଶ୍ରୀ ଅସିତ ସିଂହ ପ୍ରାରମ୍ଭିକ ସୂଚନା ଦେଇଥିଲେ। କେନ୍ଦ୍ରିୟ ଏନ୍‌ଏସ୍‌ଏସ୍‌ ନିର୍ଦ୍ଦେଶାଳୟର ଏପିଏ ଡ. କମଳ କୁମାର କର ଏହି ୱେବିନାରକୁ ପରିଚାଳନା କରିଥିଲେ। ଆଞ୍ଚଳିକ ଏନ୍‌ଏସ୍‌ଏସ୍ ନିର୍ଦ୍ଦେଶକ, ଶ୍ରୀ ଆର୍‌. ସାଇଦା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ମହାରାଷ୍ଟ୍ର ଓ ଓଡ଼ିଶାର ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ, କର୍ମକର୍ତାଙ୍କ ସହିତ ପ୍ରାୟ ୨୦୦ରୁ ଅଧିକ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

Comments are closed.