ବିଜେପି ସାଂସଦ ରବି କିଶନଙ୍କୁ ମିଳିଲା ୱାଇ ପ୍ଲସ୍ ସୁରକ୍ଷା
ମୁମ୍ବାଇ: କଙ୍ଗନା ରଣାୱତଙ୍କ ପରେ ଏବେ ଅଭିନେତା ତଥା ବିଜେପି ସାଂସଦ ରବି କିଶନଙ୍କୁ ମିଳିବ ୱାଇ ପ୍ଲସ ସୁରକ୍ଷା। ୱାଇ ପ୍ଲସ ସୁରକ୍ଷା ଦିଆଯାଇଥିବା ନେଇ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି ସାଂସଦ ରବି କିଶନ। ଟୁଇଟ କରି ରବି କିଶନ ଲେଖିଛନ୍ତି, ପୂଜ୍ୟ ମହାରାଜଜୀ, ମୋର ସୁରକ୍ଷାକୁ ଦୃଷ୍ଟିରେ ରଖି ଆପଣ ଯେଉଁ ୱାଇ ପ୍ଲସ ବର୍ଗର ସୁରକ୍ଷା ମୋତେ ଦେଇଛନ୍ତି, ସେଥିପାଇଁ ମୁଁ, ମୋ ପରିବାର ଏବଂ ମୋ ଲୋକସଭା ନିର୍ବାଚନମଣ୍ଡଳୀର ଲୋକମାନେ ଆପଣଙ୍କ ନିକଟରେ ଋଣୀ। ମୁଁ ସର୍ବଦା ଗୃହରେ ଅନ୍ୟାୟ ପାଇଁ ସ୍ୱର ଉଠାଇବି।
आदरणीय श्रद्धेय @myogiadityanath महाराज जी ।
पूजनीय महाराज जी , मेरी सुरक्षा को देखते हुए आपने जो y+ सुरक्षा मुझे उपलब्ध करवाई है इसके लिए मैं , मेरा परिवार तथा मेरे लोक-सभा क्षेत्र की जनता आपकी ऋणी हैं तथा आपका धन्यवाद् करती है मेरी आवाज़ हमेशा सदन मे गूंजती रहेगी 🙏
— Ravi Kishan (@ravikishann) October 1, 2020
ସୂଚନା ମୁତାବକ, ପୂର୍ବରୁ ସୁଶାନ୍ତଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ବୟାନ ଦେଇ ବିବାଦକୁ ଆସିଥିବା ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ୱାଇ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଥିଲା। ଏବେ ରବି କିଶନଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଛି। ସେ ଲଗାତରଭାବେ ଲୋକସଭାରେ ବଲିଉଡରେ ଡ୍ରଗ୍ସ ପ୍ରସଙ୍ଗ ଏବଂ ଅନୁରାଗ କଶ୍ୟପଙ୍କ ବିରୋଧରେ ଲାଗିଥିବା ଯୌନ ନିର୍ଯାତନା ପ୍ରସଙ୍ଗ ଉଠାଇଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା କୁହାଯାଉଛି। ଏ ନେଇ ତାଙ୍କୁ ଉତ୍ତରପ୍ରଦେଶ ସରକାର ୱାଇ ପ୍ଲସ ବର୍ଗର ସୁରକ୍ଷା ପ୍ରଦାନ କରିଛନ୍ତି।
Comments are closed.