ରାଜଧାନୀରୁ ଆଉ ୩୧୨ କରୋନା ପଜିଟିଭ୍ ଚିହ୍ନଟ
![](https://www.odishalink.com/wp-content/uploads/2020/07/bbsr.jpg)
ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୩୧୨ଜଣ କରୋନା ପଜିଟିଭ୍ ଚିହ୍ନଟ। ଏଥିସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୨୫୪୭ରେ ପହଞ୍ଚିଛି। ବୁଧବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୫୮ ଜଣ ରହିଥିବା ବେଳେ ୨୫୪ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଗତ ୨୪ ଘଣ୍ଟାରେ ୩୨୯ ଜଣ ଆରୋଗ୍ୟ ଲାଭ କରିଛନ୍ତି।
ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୨୫୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୫୧୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୮୯୧୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୦୦ ଜଣଙ୍କର ମୃତ୍ୟୁ ହୋଇଛି।
Comments are closed.