ଆଜି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଭୁବନେଶ୍ବର: ଆଜି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ। ୧୮୬୯ ଆଜିର ଦିନରେ ଗୁଜୁରାଟର ପୋରବନ୍ଦର ଠାରେ ଜନ୍ମଗ୍ରହଣ କରିଥିଲେ ମହାତ୍ମା ଗାନ୍ଧୀ। ସେହିପରି ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀ ଆଗ୍ରାର ମୋଗଲସରାଇ ୧୯୦୪ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ। ଉଭୟଙ୍କ ଦେଶପ୍ରତି ଭଲପାଇବା ଆଜିବି ଯୁବପିଢି ମାନଙ୍କ ପାଇଁ ଆଦର୍ଶ।
ଜାତିର ଜନକ ମହାତ୍ମା ଗାନ୍ଧୀ ଭାରତର ସ୍ୱାଧୀନତା ସଂଗ୍ରାମ ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ କରିଥିଲେ ଯାହାର ପରିଣାମ ସମସ୍ତ ଭାରତବାସୀଙ୍କୁ ସ୍ୱାଧୀନତାର ସ୍ୱାଦ ଚାଖିବାକୁ ମିଳିଥିଲା। ଜୀବନରେ ନିଷ୍ଠା ହିଁ ସଫଳତା ପ୍ରଦାନ କରିଥାଏର ନିଚ୍ଛକ ଉଦାହରଣ ହେଉଛନ୍ତି ମହାତ୍ମା ଗାନ୍ଧୀ। ଆମମାନଙ୍କ ଗ୍ରହଣରୁ ଗାନ୍ଧୀଜି ନାହାନ୍ତି ସତ କିନ୍ତୁ ତାଙ୍କ ଆଦର୍ଶ ଆଜି ବି ସମସ୍ତ ଯୁବପିଢି ମାନଙ୍କୁ ପ୍ରେରଣା ପ୍ରଦାନ କରିଥାଏ।
Comments are closed.