ଯୌନ ନିର୍ଯାତନା ଅଭିଯୋଗ: ଜେରା ବେଳେ ଏମିତି କହିଲେ ଅନୁରାଗ
![](https://www.odishalink.com/wp-content/uploads/2020/09/anurag.jpg)
ମୁମ୍ବାଇ: ଯୌନ ନିର୍ଯାତନା ମାମଲାରେ ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି। ଅଭିନେତ୍ରୀ ପାୟଲ ଘୋଷ ଯୌନ ନିର୍ଯାତନା ନେଇ ଅଭିଯୋଗ କରିବା ପରେ ମୁମ୍ବାଇ ପୁଲିସ ସମନ ଜାରି କରିଥିଲା। ସମନ ଜାରି ପରେ ଗତକାଲି ମୁମ୍ବାଇର ବର୍ସୋବା ଥାନାରେ ପହଞ୍ଚିଥିଲେ ଅନୁରାଗ କଶ୍ୟପ। ଅନୁରାଗଙ୍କୁ ଜେରା ବେଳେ ପାୟଲ କରିଥିବା ଅଭିଯୋଗ ନେଇ ଅନୁରାଗ କହିଛନ୍ତି, ପାୟଲ ଯେଉଁ ସମୟରେ ଘଟଣା ଘଟିଥିବା ନେଇ ଅଭିଯୋଗ କରିଛନ୍ତି, ସେ ସମୟରେ ମୁଁ ଶ୍ରୀଲଙ୍କାରେ ଥିଲି ବୋଲି କହିଛନ୍ତି ଅନୁରାଗ କଶ୍ୟପ।
ଅନୁରାଗଙ୍କ ପକ୍ଷରୁ ତାଙ୍କ ଓକିଲ ଏକ ବିବୃତ୍ତି ଜାରି କରି ଏଭଳି ଖୁଲାସା କରିଛନ୍ତି। ସେ କହିଛନ୍ତି, ଅନୁରାଗ କଶ୍ୟପଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଏବଂ ଭିତ୍ତିହୀନ। ଯେତେବେଳେ ଏହି ଘଟଣା ଘଟିଥିବା ନେଇ ଅଭିନେତ୍ରୀ ଦାବି କରିଛନ୍ତି, ସେ ସମୟରେ ଅନୁରାଗ ଶ୍ରୀଲଙ୍କାରେ ଥିଲେ। ସେ ମାସେ ପାଇଁ ଶ୍ରୀଲଙ୍କାରେ ନିଜ ଫିଲ୍ମର ସୁଟିଂରେ ବ୍ୟସ୍ତ ଥିଲେ। ଏହି ଘଟଣାର ତଦନ୍ତ କରୁଥିବା ପୁଲିସ ଅଧିକାରୀଙ୍କ ନିକଟରେ ଅନୁରାଗ ସମସ୍ତ ଆବଶ୍ୟକୀୟ ଦସ୍ତାବିଜ ଦାଖଲ କରିଛନ୍ତି ବୋଲି ତାଙ୍କ ଓକିଲ ବିବୃତ୍ତିରେ କହିଛନ୍ତି। ଅନୁରାଗଙ୍କ ବୟାନ ପରେ ପୁଲିସ ଏବେ ଏହି ମାମଲାର ଅଧିକ ତଦନ୍ତ ଜାରି ରଖିଛି।
Comments are closed.