ଆସିଲା ରାଜ୍ୟ ସରକାରଙ୍କ ଅନଲକ-୫ ଗାଇଡଲାଇନ: ଜାଣନ୍ତୁ କଣ ରହିଛି ନିୟମାବଳୀ…
ଭୁବନେଶ୍ବର: ଅନଲକ ୫.୦ର ଘୋଷଣା କରିଛନ୍ତି ରାଜ୍ୟ ସରାକର। କେନ୍ଦ୍ର ସରକାର ଅକ୍ଟୋବର ମାସ ପାଇଁ ମାର୍ଗଦର୍ଶିକା ଜାରି କରିବା ପରେ ଓଡିଶା ସରକାର ରାଜ୍ୟ ପାଇଁ ଗାଇଡଲାଇନ ଜାରି କରିଛନ୍ତି। କେନ୍ଦ୍ର ସରକାର ଅଧିକରୁ ଅଧିକ କ୍ଷେତ୍ରରେ ତାଲା ଖୋଲିବା ପାଇଁ ପ୍ରୟାସ କରୁଥିବା ବେଳେ ଓଡିଶା ସରକାର କିନ୍ତୁ ଅଧିକରୁ ଅଧିକ କ୍ଷେତ୍ର ବନ୍ଦ ରଖିବା ଉପରେ ଗୁରୁତ୍ୱ ଦେଇଛନ୍ତି। ନଜର ପକାନ୍ତୁ କ’ଣ ଖୋଲା, କ’ଣ ବନ୍ଦ।
କେତେକ କ୍ଷେତ୍ରରେ କେନ୍ଦ୍ର ସରକାର କଟକଣା ଉଠାଇଥିବା ବେଳେ ରାଜ୍ୟ ସରକାର ଏହାକୁ ବନ୍ଦ ରଖିଛନ୍ତି। ଦେଖିବା, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କଟକଣାକୁ ନେଇ କଣ ରହିଛି ବିଭେଦ।
ରାଜ୍ୟରେ: ସମାବେଶ ଉପରେ କଟକଣା, କେବଳ ଉପନିର୍ବାଚନ ପାଇଁ ୧୦୦ ଲୋକଙ୍କ ସମାବେଶ ପାଇଁ ଅନୁମତି, ରାଜନୈତିକ, ସାମାଜିକ, କ୍ରୀଡ଼ା, ମନୋରଂଜନ, ସାଂସ୍କୃତିକ ଓ ଧାର୍ମିକ ସମାବେଶ ଉପରେ କଟକଣା, ତାଲିମ ପାଇଁ ସୁଇମିଂ ପୁଲ ଖୋଲିବ, ଅବରୋଧ ଅଞ୍ଚଳରେ ଅକ୍ଟୋବର ୩୧ ଯାଏଁ ଳକଡାଉନ୍।
କେନ୍ଦ୍ରରେ: ଅକ୍ଟୋବର ୧୫ ପରେ ସ୍କୁଲ ଖୋଲିବାକୁ ରାଜ୍ୟ ବିଚାର କରିପାରିବେ, ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ, ମନ୍ଦିର ଓ ଧାର୍ମିକ ସ୍ଥଳ ଖୋଲା, ସମାବେଶ ପାଇଁ ଅନୁମତି, ଆବଦ୍ଧ କ୍ଷେତ୍ରରେ ମିଟିଂ ପାଇଁ ୨୦୦ ଜଣଙ୍କୁ ଅନୁମତି ଦେଇଛନ୍ତି, ରାଜନୈତିକ, ସାମାଜିକ, କ୍ରୀଡ଼ା, ମନୋରଂଜନ, ସାଂସ୍କୃତିକ ଓ ଧାର୍ମିକ ସମାବେଶକୁ ଅନୁମତି, ତାଲିମ ପାଇଁ ସୁଇମିଂ ପୁଲ ଖୋଲିବ, ଅବରୋଧ ଅଞ୍ଚଳରେ ଅକ୍ଟୋବର ୩୧ ଯାଏଁ ଲକଡାଉନ୍।
Comments are closed.