ଲୋକାର୍ପିତ ହେଲା ଅଟଳ ଟନେଲ୍

ମନାଲି: ଅଟଳ ଟନେଲ୍ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହିମାଚଳ ପ୍ରଦେଶ ରୋହତାଙ୍ଗ୍ରେ ସ୍ବତନ୍ତ୍ର ଉତ୍ସବରେ ଲୋପାର୍ପଣ କରାଯାଇଛି। ଲୋକାର୍ପଣ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ଥିଲେ। ୯ କିମି ଲମ୍ବ ବିଶିଷ୍ଟ ବିଶ୍ବର ସୁଦୀର୍ଘ ଓ ସର୍ବୋଚ୍ଚ ହାଇଓ୍ବେ ଟନେଲ୍। ୩ ହଜାର ମିଟର ଉଚ୍ଚ ପାହାଡ଼ରେ ନିର୍ମିତ ହୋଇଛି ଏହି ଟନେଲ୍।
ଟନେଲ୍ ନିର୍ମାଣ ଦ୍ବାରା ମନାଲିରୁ ଲେହ ୪୬ କିମି ଦୂରତା କମିଛି। ତୁଷାରପାତ ଯୋଗୁଁ ୬ ମାସ ବନ୍ଦ ରହୁଥିବା ଯାତ୍ରା ପ୍ରତିବନ୍ଧକ ଟଳିଛି। ଏହା ସହିତ ଦୁର୍ଗମ ଅଞ୍ଚଳର ଲୋକଙ୍କ ଜୀବନଧାରଣ ମାନ ଉନ୍ନତ ହେବ। ପର୍ଯଟନ କ୍ଷେତ୍ରରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଅଧ୍ୟାୟ। ୨୦୧୦ ଜୁନ୍ ୨୮ରୁ ଆରମ୍ଭ ହୋଇଥିଲା ଅଟଳ ଟନେଲ୍ ନିର୍ମାଣ।
Comments are closed.