Odisha Link
Bridging the Missing Links in Odisha

ବିପଦ ସଙ୍କେତ ଟପିଲା ଜଳକା

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତାର ମଥାନୀଠାରେ ବିପଦ ସଙ୍କେତ ଟପିଛି ଜଳକା ନଦୀ। ଲଘୁଚାପଜନିତ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି । ନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁଁ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଜଳସ୍ତର ବଢୁଛି। ଯଦି ଏଭଳି ଭାବରେ ବର୍ଷା ଲାଗିରହେ, ତେବେ ବସ୍ତା ବ୍ଳକ୍‌ର ୧୦ଟି ପଞ୍ଚାୟତ ଏବଂ ସଦର ବ୍ଳକ୍ ର ୨ଟି ପଞ୍ଚାୟତରେ ବନ୍ୟା ହେବାର ଆଶଙ୍କା ରହିଛି ।

Comments are closed.