ପ୍ଲାଜମା ଦାନ କଲେ ଧର୍ମେନ୍ଦ୍ର ପ୍ରଧାନ

କଟକ: ପ୍ଲାଜମା ଦାନ କଲେ ଧର୍ମେନ୍ଦ୍ର ପ୍ରଧାନ। କରୋନା ଆକ୍ରାନ୍ତଙ୍କ ପାଇଁ ପ୍ଲାଜମା ଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଟକ ଏସ୍ସିବି ମେଡିକାଲ୍ରେ ପହଞ୍ଚି ପ୍ଲାଜମା ଦାନ କଲେ ଧର୍ମେନ୍ଦ୍ର। ଆଜି ପ୍ଲାଜମା ଦାନ କରିବା ନେଇ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିଲେ। କରୋନାରୁ ଆରୋଗ୍ୟ ହୋଇଥିବାରୁ ପ୍ଲାଜମା ଦାନ କରିବେ ବୋଲି କହିଥିଲେ। ପ୍ଲାଜମା ଦାନ କରିଥିବା କଥା ନିଜେ ଟୁଇଟ୍ କରି ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
Donated plasma at SCB Medical College and Hospital at Cuttack today. It is immensely satisfying to do my bit towards the fight against the #COVID-19 pandemic. pic.twitter.com/OWMk5VzHA7
— Dharmendra Pradhan (@dpradhanbjp) October 3, 2020
ପ୍ଲାଜମା ଦାନ କରିବା ପରେ ସେ କହିଛନ୍ତି, ‘ପ୍ଲାଜମା ଦାନ କରିବା ସଚେତନତା ଅଭିଯାନକୁ ଅଧିକ ବ୍ୟାପକ କରିବା ପାଇଁ ନିବେଦନ କରୁଛି। କରୋନାରୁ ସୁସ୍ଥ ହେବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଜି କଟକସ୍ଥିତ ଏସ୍ସିବି ମେଡିକାଲ କଲେଜରେ ପ୍ଲାଜମା ଦାନ କଲି। ବର୍ତ୍ତମାନ ସମୟରେ ଗୁରୁତର ସଂକ୍ରମିତଙ୍କ ଜୀବନ ରକ୍ଷା କରିବାରେ ପ୍ଲାଜମାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।’
Comments are closed.