Odisha Link
Bridging the Missing Links in Odisha

ହାଥରସ୍ ଗଣଦୁଷ୍କର୍ମ ମାମଲା: ଏସପି ଓ ଡିଏସପିଙ୍କ ସମେତ ଏକାଧିକ ପୁଲିସ୍ କର୍ମୀ ନିଲମ୍ବିତ

ଉତ୍ତରପ୍ରଦେଶ: ହାଥରସ୍ ଗଣଦୁଷ୍କର୍ମ ମାମଲାରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର। ହାଥରସ୍ ଏସ୍ପି, ଡିଏସପି ଓ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି। ଏହା ସହ ଅନ୍ୟ କେତେକ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ସମସ୍ତ ପୋଲିସ କର୍ମଚାରୀଙ୍କ ନାର୍କୋ ପଲିଗ୍ରାଫ୍ ଟେଷ୍ଟ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି। ପ୍ରାଥମିକ ତଦନ୍ତ ଆଧାରରେ ଏହି ନିଷ୍ପତି ନେଇଛନ୍ତି ସରକାର। ନିଲମ୍ବିତ ହୋଇଥିବା ଅଧିକାରୀମାନେ ହେଉଛନ୍ତି, ଏସପି ବିକ୍ରାନ୍ତ ବୀର, ସିଓ ରାମ ଶବ୍ଦ, ଇନ୍ସ୍ପେକ୍ଟର ଦିନେଶ କୁମାର ବର୍ମା, ଏସଆଇ ଜଗବୀର ସିଂ। ପ୍ରଶାସନ ଯେଉଁ ଶୈଳୀରେ ମାମଲାକୁ ପରିଚାଳନା କଲା ତାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅସନ୍ତୋଷ ପ୍ରକାଶ କରିଥିବା କୁହାଯାଉଛି।

ଅନ୍ୟପଟେ ହାଥରସ ଜିଲ୍ଲାର ସୀମାକୁ ସିଲ୍ କରିଦିଆଯିବା ସହ ବୁଲଗାଡୀ ଗାଁରେ ୧୪୪ଧାରା ଜାରି କରାଯାଇଛି। ବିରୋଧୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗାଁ ମନା ହୋଇଛି। ଏହି ଘଟଣାରେ କଣ ଏମିତି ସତ ଅଛି ଯାହା ଲୁଚାଇବା ପାଇଁ ପ୍ରାଣପ୍ରଣେ ପ୍ରୟାସ କରୁଛି ଉତରପ୍ରଦେଶ ପୋଲିସ। ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେପଟେ ଘଟଣାର ତଦନ୍ତ କରୁଥିବା ଏସଆଇଟି ପୀଡିତାଙ୍କ ଘରକୁ ଯାଇ ପଚରାଉଚରା ଜାରି ରଖିଛି। ତେବେ ଆଇନ ଶୃଙ୍ଘଳା ଦୃଷ୍ଟିରୁ ଏସଆଇଟିର ତଦନ୍ତ ଚାଲିଥିବା ଯାଏଁ ଗାଁରେ କଟକଣା ବଳବତର ରହିବ ବୋଲି ହାଥରସ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

 

ହାଥରସ ଗଣଦୁଷ୍କର୍ମ ମାମଲାକୁ ନେଇ ମୂଳରୁ ସନ୍ଦେହ ଘେରରେ ରହିଛି ୟୁପି ପୋଲିସ। ଆଉ ଏବେ ରାଜ୍ୟ ଆଇନ ଶୃଙ୍ଖଳା ଏଡିଜିଙ୍କ ବୟାନ ପୁରା ଘଟଣା ଉପରେ ସନ୍ଦେହକୁ ବଢାଇ ଦେଇଛି। କାରଣ ହାଥରସର ଯୁବତୀଙ୍କ ସହ ଦୁଷ୍କର୍ମ ହୋଇନଥିବା କହିଛନ୍ତି ଏଡିଜି ପ୍ରଶାନ୍ତ କୁମାର। ସେପଟେ ଘଟଣା ପ୍ରତିବାଦରେ ଗାଁଲୋକେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହାଥରସ ଗଣଦୁଷ୍କର୍ମ ଘଟଣା ବିରୋଧରେ ଦେଶର ବିଭିନ୍ନ ଅଂଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦିଲ୍ଲୀରେ କଂଗ୍ରେସ କର୍ମୀ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରି ନ୍ୟାୟ ଦାବି କରିଛନ୍ତି। ସେହିପରି ଲକ୍ଷେ୍ନøରେ ସମାଜବାଦୀ ପାର୍ଟି କର୍ମକର୍ତା ମାନେ ମଧ୍ୟ ରାସ୍ତାକୁ ଓହ୍ଲାଇଛନ୍ତି।

Comments are closed.