ଆଜି ଅଟଳ ସୁଡ଼ଙ୍ଗ ଉଦଘାଟନ କରିବେ ମୋଦୀ

ମନାଲି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାର ମନାଲି-ଲେହ ରାସ୍ତାରେ ୯.୦୨ କିଲୋମିଟର ଅଟଳ ଟନେଲ ରୋହଟାଙ୍ଗର ଉଦଘାଟନ କରିବେ। ପିରପଞ୍ଜାଲ ପାହାଡକୁ ବିଦ୍ଧ କରିବା ପରେ ୩୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଟନେଲ ବିଶ୍ୱର ସର୍ବୋଚ୍ଚ (୧୦୦୪୦ ଫୁଟ) ରାଜପଥରେ ନିର୍ମିତ ହୋଇଛି।
ଟନେଲର ଆରମ୍ଭ ହେବା ସହିତ ସେନା ଏହି ରାସ୍ତା ଦେଇ ସହଜରେ ଲଦାଖ ଏବଂ ଚୀନ୍ ସହିତ ଲାଗିଥିବା କାର୍ଗିଲ ସୀମାରେ ପହଞ୍ଚିବ ପାରିବ। ଏହା ସହିତ ମନାଲି ଏବଂ ଲେହର ଦୂରତା ୪୬ କିଲୋମିଟର ହ୍ରାସ ପାଇଛି। ମାତ୍ର ଦେଢ଼ ଘଣ୍ଟାରେ ଆପଣ ମନାଲିରୁ କେଲାଙ୍ଗ ପହଞ୍ଚିପାରିବେ।
Comments are closed.