ସୌର୍ଯ୍ୟ ମିସାଇଲର ସଫଳ ପରୀକ୍ଷଣ
ବାଲେଶ୍ୱର: ସୌର୍ଯ୍ୟ ମିସାଇଲର ସଫଳ ପରୀକ୍ଷଣ। ଓଡିଶାର ବାଲେଶ୍ୱର ସ୍ଥିତି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ନଂ ଲଞ୍ଚ ପ୍ୟାଡ଼୍ରୁ ଏହାର ପରୀକ୍ଷଣ କରାଯାଇଛି । ଏହି ମିସାଇଲ୍ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରା ଯାଇପାରୁଥିବା ଏକ ପରମାଣ କ୍ଷମତା ସଂପନ୍ନ ବାଲିଷ୍ଟିକ୍ ମିସାଇଲ୍ ଅଟେ। ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରକୁ ଭାରତୀୟ ସେନାରେ ପୂର୍ବରୁ ସାମିଲ କରାଯାଇସାରିଛି।
Balasore: India today successfully test-fired a new version of Shaurya surface-to-surface nuclear-capable ballistic missile which can hit targets at around 800 kms range. The Missile will complement existing class of missile system&will be lighter&easier to operate: Govt sources pic.twitter.com/rQh1ot37LV
— ANI (@ANI) October 3, 2020
ସୌର୍ଯ୍ୟ ମିସାଇଲର ଏହି ନୂତନ ସଂସ୍କରଣରେ ୮୦୦କିମି ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦି କ୍ଷମତା ରହିଛି। ସୌର୍ଯ୍ୟ ମିସାଇଲ ଆସିବା ଦ୍ୱାରା ଭାରତୀୟ ବାୟୁସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି। ଏହି ସୌର୍ଯ୍ୟ ମିସାଇଲ୍ର ଲମ୍ବ ୧୦ମିଟର ହୋଇଥିବା ବଳେ ଓସାର ୨.୪ଫୁଟ ରହିଛି। ଏହା ୨୦୦ କେଜିରୁ ୧ ଟନ୍ ଓଜନର ଉଭୟ ପାରମ୍ପରିକ ଏବଂ ଅଣୁଅସ୍ତ୍ର ବହନ କରିବାର କ୍ଷମତା ରହିଛି। ୧୦୦୦ କିଲୋଗ୍ରାମ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦୀ କ୍ଷମତା ୭୦୦ରୁ ୧୯ଶହ କିଲୋମିଟର ରହିଛି।
Comments are closed.