ଆସିଲା ସୁଶାନ୍ତଙ୍କର ଫରେନ୍ସିକ ରିପୋର୍ଟ, ଜାଣନ୍ତୁ ମୃତ୍ୟୁର ରହସ୍ୟ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୩ ମାସ ବିତି ସାରିଥିଲେ ମଧ୍ୟ ଏବେ ବି ହଟୁନି ମୃତ୍ୟୁ ଉପରୁ ପରଦା। ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା ନା ସେ ଆତ୍ମହତ୍ୟା କରିଥିଲେ, ତାହାକୁ ନେଇ ଦ୍ୱନ୍ଦ ଲାଗି ରହିଛି। ଏହାରି ମଧ୍ୟରେ ସୁଶାନ୍ତଙ୍କର ଫରେନ୍ସିକ ରିପୋର୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରିପୋର୍ଟରେ ସୁଶାନ୍ତଙ୍କୁ ହତ୍ୟା କରାଯାଇନଥିବା ଦର୍ଶାଯାଇଛି। ରିପୋର୍ଟରେ କୁହାଯାଇଛି ଯେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି ତାହା ଦର୍ଶାଉଛି, ସୁଶାନ୍ତଙ୍କୁ ହତ୍ୟା କରାଯାଇନାହିଁ। ସେ ଆତ୍ମହତ୍ୟା କରିଛନ୍ତି।
ମାମଲାର ତଦନ୍ତ କରୁଥିବା ସିବିଆଇକୁ ଅନୁସନ୍ଧାନ ରିପୋର୍ଟ ପ୍ରଦାନ କରିଛି ଏମ୍ସ ମେଡିକାଲ ବୋର୍ଡ। ଏମସ ରିପୋର୍ଟ ପାଇବା ପରେ ଆତ୍ମହତ୍ୟାକୁ ଦୃ୍ଷ୍ଟିରେ ରଖି ସିବିଆଇ ଏହି ମାମଲାର ତଦନ୍ତ କରିବ। ଯଦି ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ତେବେ ଏହାର କାରଣ କ’ଣ ଥିଲା? ତାଙ୍କୁ ଆତ୍ମହତ୍ୟା କରିବା ପାଇଁ କିଏ ପ୍ରବର୍ତ୍ତାଉ ଥିଲେ କି ? ଏବେ ଏହି ପ୍ରଶ୍ନର ଉତ୍ତର ଖୋଜିବ ସିବିଆଇ। ସୂଚନା ଅନୁସାରେ ସିବିଆଇ ଏହି ମାମଲାରେ ୨୦ରୁ ଅଧିକା ଲୋକଙ୍କୁ ଜେରା କରିସାରିଛି।
ଫରେନ୍ସିକ ରିପୋର୍ଟକୁ ନେଇ ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତିି ଯେ, ‘ଆମେ ସିବିଆଇର ବିଧିବଦ୍ଧ ଘୋଷଣାକୁ ଅପେକ୍ଷା କରିଛୁ। ଆମେ ଆଗରୁ କହିଆସୁଛୁ, ସତ୍ୟକୁ କେବେବି ବଦଳାଯାଇପାରିବ ନାହିଁ।’
Comments are closed.