ଯେଉଁ ବ୍ୟାଙ୍କରୁ ଋଣ, ସେହି ବ୍ୟାଙ୍କରୁ ଲୁଟ୍

ଭୁବନେଶ୍ୱର: ଭୁବନେଶ୍ୱରରେ ବ୍ୟାଙ୍କ ଲୁଟ୍ ଘଟଣାର ପର୍ଦ୍ଦାଫାସ୍। ବ୍ୟାଙ୍କ ଲୁଟ୍ ଘଟଣାର ଅଭିଯୁକ୍ତ ସୌମ୍ୟରଞ୍ଜନ ଜେନାକୁ ଗିରଫ। ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ସଡଙ୍ଗୀ। ଲକ୍ଡାଉନ ପାଇଁ ବ୍ୟବସାୟରେ କ୍ଷତି ଯୋଗୁଁ ଲୁଟ୍ କରାଯାଇଥିବା ନେଇ ସିପି ସୂଚନା ଦେଇଛନ୍ତି। ଲୁଟ୍ ହୋଇଥିବା ୨ଟି ବ୍ୟାଙ୍କରେ ଅଭିଯୁକ୍ତର ଆକାଉଣ୍ଟ ରହିଛି। ଅଭିଯୁକ୍ତ ୨ ଟିବ୍ୟାଙ୍କରୁ ୧୯ ଲକ୍ଷ ଟଙ୍କାର ଋଣ କରିଥିଲା। ଋଣ କରିଥିବା ୧୯ ଲକ୍ଷରୁ ଆଉ ୬ ଲକ୍ଷ ସୁଝିବାକୁ ବାକି ରହିଥିଲା। ଲକ୍ଡାଉନ ଯୋଗୁଁ ଅଭିଯୁକ୍ତ ଆଉ ଋଣ ସୁଝିପାରୁ ନଥିଲା। ଲୁଟ୍ କରି ଟଙ୍କା ଋଣ ସୁଝିବା ଯୋଜନା କରିଥିଲା ଅଭିଯୁକ୍ତ।
ୟ୍ୟୁଟୁବରୁ ଲୁଟ୍ କରିବାର ତରିକା ଶିଖିଥିଲା ଅଭିଯୁକ୍ତ। ଲୁଟେରା ଓଡ଼ିଆରେ କଥା ହେଉଥିଲା। କେହି ଲୋକାଲ୍ ଲୋକ ଏପରି କରିଥିବା ପ୍ରାରମ୍ଭିକ ଭାବେ ଜାଣିଥିଲୁ। ଚତୁରତାର ସହ ତଦନ୍ତ କରି ଅପରାଧୀକୁ ଧରାଯାଇଛି ବୋଲି ପୋଲିସ କମିଶନର ସୁଧାଂଶୁ ସଡଙ୍ଗୀ ସୂଚନା ଦେଇଛନ୍ତି।
Comments are closed.