Odisha Link
Bridging the Missing Links in Odisha

ରାଜ୍ୟରେ ୪ହଜାର ୯୮ କରୋନା ଆକ୍ରାନ୍ତ ସୁସ୍ଥ

 

ଭୁବନେଶ୍ବର : ରାଜ୍ୟରେ ୪ହଜାର ୯୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୨୦୬୪୦୦ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

  ଖୋର୍ଦ୍ଧାରୁ ସର୍ବାଧିକ ୭୦୪ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । କଟକ ଦ୍ୱିତୀୟ ସର୍ବାଧିକ ସ୍ଥାନରେ ରହିଛି । ଯେଉଁଠାରେ ୩୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିଭଳି ବାଲେଶ୍ୱରରୁ ୩୩୬ ଜଣ ସୁସ୍ଥ ହୋଇଥିବା ବେଳେ ନୂଆପଡ଼ାରୁ ୨୦୯, ଅନୁଗୁଳରୁ ୧୬୫, ମୟୁରଭଞ୍ଜରୁ ୧୩୯, କେନ୍ଦୁଝର ୧୩୧, ଭଦ୍ରକ ୧୨୫, ଜଗତସିଂହପୁର ୧୨୩, କେନ୍ଦ୍ରାପଡ଼ାରୁ ୧୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଯାଜପୁରରୁ ୧୧୬, ବରଗଡରୁ ୧୧୦, ଢ଼େଙ୍କାନାଳରୁ ୧୦୭, ପୁରୀରୁ ୧୦୪, ସୁନ୍ଦରଗଡରୁ ୮୨, ଝାରସୁଗୁଡାରୁ ୮୧, ନୟାଗଡ଼ରୁ ୭୯, ସମ୍ବଲପୁରରୁ ୭୮, କଳାହାଣ୍ଡିରୁ ୭୩, ନବରଙ୍ଗପୁରରୁ ୭୩, ବଲାଙ୍ଗିରରୁ ୭୦, କୋରାପୁଟରୁ ୬୭, କାନ୍ଧମାଳରୁ ୬୫, ବୌଦ୍ଧରୁ ୬୧, ସୋନପୁରରୁ ୪୬, ଗଞ୍ଜାମରୁ ୪୨ ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି ରାୟଗଡ଼ାରୁ ୪୨, ଗଜପତିରୁ ୩୬, ମାଲକାନଗିରିରୁ ୩୬, ଦେଓଗଡ଼ରୁ ୧୫ ଜଣ ସୁସ୍ଥ ହୋଇଛନ୍ତି । ତେବେ ଷ୍ଟେଟ୍‌ପୁଲ୍‌ରୁ  ୨୮୭ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି ।

Comments are closed.