ମୁଁ ସରକାରଙ୍କ କୋଭିଡ ନିୟମ ଉଲ୍ଲଂଘନ କରିନି: ସମୀର ଦାଶ

ଭୁବନେଶ୍ବର: ଗତକାଲି ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ନେଇ ମନ୍ତ୍ରୀ ସମୀର ଦାଶ ଓ ଉମା ସାମନ୍ତରାୟଙ୍କ ନାଁରେ ଏତଲା ଦାଖଲ କରାଯାଇଛି। କୋଭିଡ୍ ନିୟମ ଉଲ୍ଲଂଘନ ନେଇ ପୁରୀ ସମୁଦ୍ରକୂଳ ଥାନାରେ ଜଗନ୍ନାଥ ସେନା ଏତଲା ଦାଖଲ କରିଛି। ଜଗନ୍ନାଥ ସେନାର ଏତଲା ମୁତାବକ, ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ମନ୍ତ୍ରୀ ସମୀର ଦାଶ ଓ ଉମା ସାମନ୍ତରାୟ କରୋନା ସଂକ୍ରମିତ ହୋଇ ମଧ୍ୟ ଯୋଗ ଦେଇଥିଲେ। ଏଥିସହ ଅନ୍ତିମ ସଂସ୍କାରରେ ଲୋକଙ୍କ ଭିଡ଼ ନେଇ ଜଗନ୍ନାଥ ସେନା ଏତଲା ଦେଇଛି।
କୋଭିଡ୍ ନିୟମ ଉଲ୍ଲଂଘନ ନେଇ ସମୀର ଦାଶଙ୍କ ନାଁରେ ହୋଇଥିବା ଏତଲା ନେଇ ମନ୍ତ୍ରୀ ସମୀର ଦାଶଙ୍କ ପ୍ରତିକ୍ରିୟା ରଖିଛନ୍ତି। ସମୀର କହିଛନ୍ତି, ମୁଁ ସରକାରଙ୍କ କୋଭିଡ ନିୟମ ଉଲ୍ଲଂଘନ କରିନି। ଗତ ୧୨ରେ ମୁଁ ସ୍ୱାବ ଟେଷ୍ଟ୍ ପାଇଁ ଦେଇଥିଲି ୧୪ରେ ପଜିଟିଭ ଥିବା ରିପୋର୍ଟ ଆସିଥିଲା। ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇ ୨୧ତାରିଖରେ ବାହାରିଥିଲି।
Comments are closed.