୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବଲାଙ୍ଗିର: ପୁଣି ଆଜି ବଲାଙ୍ଗିର ସହରର ମୁଖ୍ୟ ଅଞ୍ଚଳରୁ ପାଞ୍ଚ ଲକ୍ଷ ଟଙ୍କା ଲୁଟ ।କଲେଜ ଛକ ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଡିବି ଶାଖା ସମ୍ମୁଖରୁ ଦୁଇ ଯୁବକ ଆସି ପାଞ୍ଚ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇ ନେଇ ଫେରାର ହୋଇଛନ୍ତି।
ସୂଚନା ଅନୁସାରେ ଟିକ୍ରାପଡାର ବ୍ୟବସାୟୀ ସଞ୍ଜୟ ଶତପଥୀ କଲେଜ ଛକରେ ଥିବା ଭାରତୀୟଷ୍ଟେଟ ବ୍ୟାଙ୍କ ଏଡିବି ଶାଖାକୁ ଯାଇ ଟଙ୍କା ଉଠାଇଥିଲେ। ପୂର୍ବରୁ ସେ ନିଜେ ୩ଲକ୍ଷ ଟଙ୍କା ଏକ ବ୍ୟାଗରେ ଭରି ବାଇକରେ ବ୍ୟାଙ୍କକୁ ଆସିଥିଲେ ।
ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ସେ ବ୍ୟାଙ୍କରୁ ୨ଲକ୍ଷ ଟଙ୍କା ଉଠାଇ ବ୍ୟାଙ୍କରୁ ବାହାରିଥିଲେ । ବ୍ୟାଙ୍କ ସମ୍ମୁଖରେ ସେ ନିଜ ବାଇକରେ ବାହାରିବା କ୍ଷଣି ଶାନ୍ତିପଡା ପଟୁ ଦୁଇ ଜଣ ଯୁବକ ଏକ ବାଇକରେ ଆସି ପାଞ୍ଚ ଲକ୍ଷ ଟଙ୍କା ଭର୍ତ୍ତି ହୋଇଥିବା ବ୍ୟାଗକୁ ଛଡାଇ ନେଇ ଫେରାର ହୋଇଥିଲେ ।
କଲେଜଛକ ସହରର ଏକ ମୁଖ୍ୟ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଜନଗହଳି ଲାଗିରହିଥାଏ। ତେବେ କିପରି ଦୁଇ ଜଣ ଯୁବକ ଆସି ଆଖି ପିଛୁଲାକେ ଟଙ୍କା ବ୍ୟାଗ ଛଡାଇ ଫେରାର ମାରିଲେ ତାହା ସମସ୍ତଙ୍କୁ ଚକିତ କରିଛି ।
ସୂଚନା ଯୋଗ୍ୟ ଯେ ଗତ ପ୍ରାୟ ୨୦ ଦିନ ପୂର୍ବରୁ ସହରର ଆଉ ଏକ ମୁଖ୍ୟ ଅଞ୍ଚଳ ରେଳଷ୍ଟେସନ ରାସ୍ତା ଉପରୁ ବନ୍ଧୁକ ମୁନରେ ଲୁଟ ହୋଇଥିଲା ।
ଏହି ଘଟଣାରେ ଟାଉନ ପୁଲିସକୁ କୈାଣସି ସଫଳତା ମିଲିନଥିବା ବେଳେ ପୁଣି ଏକ ଲୁଟ ଘଟଣା ପୁଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି ।
Comments are closed.