ଯୁକ୍ତ ୨ ଦ୍ୱିତୀୟ କଟଅଫ୍ ମାର୍କ ତାଲିକା ପ୍ରକାଶ

ଭୁବନେଶ୍ୱର: ଯୁକ୍ତ ୨ ଆଡମିଶନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ କଟଅଫ ମାର୍କ ତାଲିକା ପ୍ରକାଶ ପାଇଛି । କଳାରେ ବିଜେବି, ବିଜ୍ଞାନରେ ରେଭେନ୍ସା ଓ ବାଣିଜ୍ୟରେ ବ୍ୟାସନଗର ଉଚ୍ଚ ମାଧ୍ୟମିକ ସ୍କୁଲ ପ୍ରଥମରେ ରହିଛି ।
କଳାରେ ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ ୭୦ ପ୍ରତିଶତ କଟଅଫ ସହ ଶୀର୍ଷରେ ରହିଛି । ସେହିପରି ବିଜ୍ଞାନରେ ୮୬.୩୩% ରହିବା ସହ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ ଶୀର୍ଷରେ ରହିଛି ।
ବାଣିଜ୍ୟରେ ୭୯.୬୫% ସହ ବ୍ୟାସନଗର ଉଚ୍ଚ ମାଧ୍ୟମିକ ସ୍କୁଲ ପ୍ରଥମରେ ରହିଛି । ଏବର୍ଷ ୨ ହଜାର ୨୮ଟି ଯୁକ୍ତ ୨ କଲେଜର ୪ଲକ୍ଷ ୫୩ ହଜାର ୬୪୦ ସିଟ୍ ଭିତରୁ ୨ଲକ୍ଷ ୯୬ ହଜାର ୬୧ଟି ସିଟ୍ ପୂରଣ ହୋଇଛି। ଆହୁରି ୧ଲକ୍ଷ ୫୭ ହଜାର ୫୭୯ ସିଟ୍ ଖାଲି ପଡିଛି।
ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ଆସନ୍ତାକାଲିଠୁ ୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଯେଉଁ ଛାତ୍ରଛାତ୍ରୀ ନାମ ଲେଖାଇବେ, ସେମାନଙ୍କ ତଥ୍ୟ ୧୮ ତାରିଖ ସନ୍ଧ୍ୟା ୬ଟାରେ ସାମ୍ସ ଇ-ସ୍ପେସରେ ଉପଲବ୍ଧ ହେବ।
Comments are closed.