ଏମସ ରିପୋର୍ଟ ଉପରେ ପ୍ରଶ୍ନ କଲେ ସୁଶାନ୍ତଙ୍କ ଓକିଲ

ମୁମ୍ବାଇ : ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ତେବେ ଏମସ ଦେଇଥିବା ରିପୋର୍ଟକୁ ସୁଶାନ୍ତଙ୍କ ଓକିଲ ଠିକ ନୁହଁ ବୋଲି କହିଛନ୍ତି । ରିପୋର୍ଟରେ ଉଲ୍ଲେଖ ହୋଇଛି କି ସୁଶାନ୍ତଙ୍କ ମୃତ୍ୟୁ ଏକ ଅପମୃତୁ୍ୟ ଆତ୍ମହତ୍ୟା ଜନିତ ।
ଏହାକୁ ଏକ ହାସ୍ୟାସ୍ପଦ ସିଦ୍ଧାନ୍ତର ଆଖ୍ୟା ବୋଲି ତାଙ୍କ ପରିବାର କହିଛନ୍ତି ।ବିକାଶ ସୋସିଆଲ ମିଡିଆରେ ଲେଖିଛନ୍ତି ଏମସ ରିପୋର୍ଟ ଦେଇଥିବା ପୋଷ୍ଟ ମର୍ଟମରେ, ଯେଉଁଥିରେ ମୃତ୍ୟୁ ସମୟ ଉଲ୍ଲେଖ ନାହିଁ ।
Highly perturbed with AIIMS report. Going to request CBI Director to constitute a fresh Forensic team . How could AIIMS team give a conclusive report in the absence of the body,that too on such shoddy post mortem done by Cooper hospital wherein time of death also not mentioned .
— Vikas Singh (@vikassinghSrAdv) October 4, 2020
ସିବିଆଇ ଏପର୍ଯ୍ୟନ୍ତ ଏ ବାବଦରେ ସରକାରୀ ବିବୃତ୍ତି ଜାରି କରି ନାହିଁ। ଡକ୍ଟର ସୁଧୀର ଗୁପ୍ତାଙ୍କ ଅଧୀନରେ ଥିବା ଏମସ ଫରେନସିକ୍ ପ୍ୟାନେଲ୍ ଅଗଷ୍ଟରେ ସିବିଆଇର ଅନୁରୋଧ କ୍ରମେ ଅଭିନେତାଙ୍କ ମୃତ୍ୟୁ ସହ ମେଡିକୋ-ଲିଗାଲ୍ ମତାମତ ଦେବାରେ ସହାୟତା କରିବାକୁ ଗଠନ କରାଯାଇଥିଲା।
ଏପରିକି ସୁଶାନ୍ତଙ୍କ ପରିବାରର ଓକିଲ ଏଆଇଏମଏସ ରିପୋର୍ଟରେ ପ୍ରତିକ୍ରିୟା ରଖି ମେଡିକାଲ ଦଳକୁ ସେମାନଙ୍କ ଅନୁସନ୍ଧାନ ଉପରେ ପ୍ରଶ୍ନ କରିଛନ୍ତି।
ତାଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ସମସ୍ତଙ୍କୁ ଚୂଡାନ୍ତ ନ୍ୟାୟ ଆସିଲା ଯାଏଁ ଧୈର୍ଯ୍ୟ ଧରି ଦୃଢ଼ ରହିବାକୁ ଅନୁରୋଧ କରିଛନ୍ତି ।
Comments are closed.