ଭୁବନେଶ୍ବରରେ ପହଞ୍ଚିଲେ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ବର୍ତ୍ତମାନ ସେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ।ତାଙ୍କୁ ୩ଟି ଗାଡ଼ି ନେଇ ଯାତ୍ରା କରିବାକୁ ପୁଲିସ କମିସନରେଟ୍ ନିର୍ଦ୍ଦେଶ ହୋଇଛି।
ପ୍ରଭାରୀ ଦାୟିତ୍ୱ ମିଳିବା ପରେ ଚେଲ୍ଲାକୁମାର ପ୍ରଥମ ଥର ଓଡ଼ିଶା ଗସ୍ତ କରିଥିବାରୁ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ଚେଲ୍ଲାକୁମାରଙ୍କ ଶୋଭାଯାତ୍ରାକୁ ଅନୁମତି ନ ମିଳିବା ପ୍ରସଙ୍ଗରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ଦେଇଛନ୍ତି।
ପଟ୍ଟନାୟକ କହିଛନ୍ତି, ଦଳୀୟ କର୍ମୀ ତାଙ୍କୁ ଶୋଭାଯାତ୍ରାରେ ନେବା ଲାଗି ଆଗ୍ରହୀ ଅଛନ୍ତି । ସରକାର ଓ ପୁଲିସ ବିଭାଗ କରୋନା ଆଳ ଦେଖାଇ ଏପରି ନିର୍ଦ୍ଦେଶ ଦେଇଛନ୍ତି।
ପଟ୍ଟନାୟକ ପ୍ରଶ୍ନ କରିଛନ୍ତି କି ଅନ୍ୟ ରାଲି, ସଭାସମିତି କେମିତି ହେଉଛି ।କିନ୍ତୁ ପୁଲିସ ପକ୍ଷରୁ ମନା କରାଯାଇଥିବାରୁ ଆମେ ଏହାକୁ ମାନିବୁ ବୋଲି ପଟ୍ଟନାୟକ କହିଛନ୍ତି।
Comments are closed.