Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ୨୬୭୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା। ଆଜି ୨୪ ଘଣ୍ଟା ମଧ୍ୟରେ ୨୬୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୮୦୦୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୫୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୧୧୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।

ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ୨୬୭୩ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୨୬, ବାଲେଶ୍ୱରରୁ ୭୦, ବରଗଡରୁ ୬୮, ଭଦ୍ରକରୁ ୯୭, ବଲାଙ୍ଗିରରୁ ୯୩, ବୋଦ୍ଧରୁ ୧୩, କଟକରୁ ୨୧୪, ଦେବଗଡରୁ ୧୮, ଢେଙ୍କାନାଳରୁ ୩୬, ଗଜପତିରୁ ୧୧, ଗଂଜାମରୁ ୪୪, ଜଗତସିଂହପୁରରୁ ୬୮, ଯାଜପୁରରୁ ୮୮, ଝାରସୁଗୁଡାରୁ ୬୮, କଳାହାଣ୍ଡିରୁ ୭୭, କନ୍ଧମାଳରୁ ୪୪, କେନ୍ଦ୍ରାପଡାରୁ ୧୫୧, କେନ୍ଦୁଝରରୁ ୫୧, ଖୋର୍ଦ୍ଧାରୁ ୪୪୮ କୋରାପୁଟରୁ ୩୯, ମାଲକାନଗିରିରୁ ୩୨, ମୟୂରଭଂଜରୁ ୧୦୦, ନବରଙ୍ଗପୁରରୁ ୭୨, ନୟାଗଡରୁ ୩୫, ନୂଆପଡାରୁ ୧୫୯, ପୁରୀରୁ ୧୨୪, ରାୟଗଡାରୁ ୧୧, ସମ୍ବଲପୁରରୁ ୭୩, ସୋନପୁରରୁ ୬୯ ଏବଂ ସୁନ୍ଦରଗଡରୁ ୮୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ୍ ପୁଲରୁ ୮୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

Comments are closed.