Odisha Link
Bridging the Missing Links in Odisha

କୋଲ୍‌ ସ୍କାମ୍‌ରେ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ

ଭୁବନେଶ୍ବର: କୋଲ୍‌ ସ୍କାମ୍‌ ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ‌ୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମାମଲାର ଶୁଣାଣି କରି ସ୍ପେଶାଲ କୋର୍ଟ ଦିଲ୍ଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୧୯୯୯ ମସିହାରେ ଝାଡଖଣ୍ଡର ବ୍ରହ୍ମଡିଆ କୋଇଲା ଖଣି ଆବଂଟନରେ ଅନିୟମିତତା ଅଭିଯୋଗ ଆସିଥିଲା। ସ୍ପେଶାଲ ଜଜ୍ ଭରତ ପରାସର ଏହି ମାମଲାର ଶୁଣାଣି କରି ଦିଲ୍ଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ଅକ୍ଟୋବର ୧୪ ତାରିଖରେ ଏହି ମାମଲାର ଦଣ୍ଡଶୁଣାଣି ଆସିବ। ୧୯୯୯ ମସିହାରେ କେନ୍ଦ୍ରରେ ବାଜପେୟୀ ସରକାର ଥିବା ବେଳେ ଦିଲ୍ଲୀପ ରାୟ କେନ୍ଦ୍ର କୋଇଲା ମନ୍ତ୍ରାଳୟ ଦାୟିତ୍ୱରେ ଥିଲେ।

ଏହି ମାମଲାରେ ଦିଲ୍ଲୀପ ରାୟଙ୍କ ସମେତ କୋଇଲା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କୋଇଲା ମନ୍ତ୍ରାଳୟର ତତ୍କାଳୀନ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଏବଂ କାଷ୍ଟ୍ରୋନ୍ ଟେକ୍ନୋଲୋଜି ଲିମିଟେଡର ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରନ୍ ମାଇନିଂ ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

Comments are closed.