Odisha Link
Bridging the Missing Links in Odisha

ସ୍କୁଲ ଖୋଲିବା ନେଇ କଣ କହିଲେ ଶିକ୍ଷା ମନ୍ତ୍ରୀ ଜାଣନ୍ତୁ..

ଭୁବନେଶ୍ବର: ସ୍କୁଲ ଖୋଲିବା ନେଇ ଅକ୍ଟୋବର ଶେଷ ସପ୍ତାହରେ ବିଚାର ହେବ। ଅକ୍ଟୋବରରେ କରୋନା ସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କହିଛନ୍ତି ପୂଜା ପର୍ଯ୍ୟନ୍ତ ସ୍କୁଲ କଲେଜ ଖୋଲିବ ନାହିଁ।

ଆସନ୍ତା ୨୬ରେ ଦୁର୍ଗାପୂଜା ଅର୍ଥାତ୍‌ ଅକ୍ଟୋବରରେ ଖୋଲିବ ନାହିଁ। ଅକ୍ଟୋବର ମାସର ସ୍ଥିତି ଦେଖି ସ୍କୁଲ ଖୋଲିବାକୁ ବିଚାର ହେବ। ଅକ୍ଟୋବର ଶେଷ ସପ୍ତାହରେ ଏନେଇ ରାଜ୍ୟ ସରକାର ବିଚାର କରିବେ। ସ୍କୁଲ ଖୋଲିବାର ଆବଶ୍ୟକତା ଅଛି। ଏଥିରେ ସନ୍ଦେହ ନାହିଁ। ତେବେ ଆମ ପାଇଁ ପିଲାଙ୍କ ସ୍ବାସ୍ଥ୍ୟ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। କରୋନା ସ୍ଥିତି ଦେଖି ଯାହା ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ।

Comments are closed.