ରାଜ୍ୟରେ ୨୪ ଘଣ୍ଟାରେ ୩୮୧୭ ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର: ଆଜି ରାଜ୍ୟରେ ମୋଟ ୩୮୧୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହା ସହିତ ରାଜ୍ୟରେ କରୋନା ପଜିଟିଭ୍ରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୦ ହଜାର ୨୧୭କୁ ବୃଦ୍ଧି ପାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଖୋର୍ଦ୍ଧା ଜିଲାରୁ ୯୬୯, କଟକ ଜିଲ୍ଲାରୁ ୩୬୮, ବରଗଡ଼ ଜିଲ୍ଲାରୁ ୧୫୧, ବାଲେଶ୍ୱର ଜିଲ୍ଲାରୁ ୧୪୬, ନୂଆପଡ଼ା ଜିଲ୍ଲାରୁ ୧୩୫, ଜଗତ୍ସିଂହପୁର ଜିଲ୍ଲାରୁ ୧୨୪, ଅନୁଗୁଳ ଜିଲ୍ଲାରୁ ୧୨୨, ସମ୍ବଲପୁର ଜିଲ୍ଲାରୁ ୧୧୮, ସୁନ୍ଦରଗଡ଼ ଜିଲ୍ଲାରୁ ୧୧୦ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସେହିପରି ବଲାଙ୍ଗୀର ଜିଲ୍ଲାରୁ ୯୩, ଯାଜପୁର ଜିଲ୍ଲାରୁ ୯୧, ମୟୂରଭଞ୍ଜ ଜିଲ୍ଲାରୁ ୮୮, ପୁରୀ ଜିଲ୍ଲାରୁ ୮୮, କନ୍ଧମାଳ ଜିଲ୍ଲାରୁ ୮୬, କେନ୍ଦୁଝର ଜିଲ୍ଲାରୁ ୮୬, ସୁବର୍ଣ୍ଣପୁର ଜିଲ୍ଲାରୁ ୮୩, ଭଦ୍ରକ ଜିଲ୍ଲାରୁ ୮୨, ନୟାଗଡ଼ ଜିଲ୍ଲାରୁ ୭୧, କଳାହାଣ୍ଡି ଜିଲ୍ଲାରୁ ୬୯, ଝାରସୁଗୁଡ଼ା ଜିଲ୍ଲାରୁ ୬୮, ନବରଂଗପୁର ଜିଲ୍ଲାରୁ ୬୬, କୋରାପୁଟ ଜିଲ୍ଲାରୁ ୬୨, ଗଂଜାମ ଜିଲ୍ଲାରୁ ୫୬, ରାୟଗଡ଼ା ଜିଲ୍ଲାରୁ ୫୦, ଢେଙ୍କାନାଳ ଜିଲ୍ଲାରୁ ୪୮, ବୌଦ୍ଧ ଜିଲ୍ଲାରୁ ୪୫, ମାଲକାନଗିରି ଜିଲ୍ଲାରୁ ୩୪, ଗଜପତି ଜିଲ୍ଲାରୁ ୨୪, ଦେବଗଡ଼ ଜିଲ୍ଲାରୁ ୧୪ ଓ ରାଜ୍ୟ ପୁଲରୁ ୧୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Comments are closed.