Odisha Link
Bridging the Missing Links in Odisha

ଆଜି ବିଶ୍ୱ ନୁଡଲ୍‌ସ ଦିବସ

ଭୁବନେଶ୍ବର: ଆଜି ହେଉଛି ‘ବିଶ୍ୱ ନୁଡଲ୍‌ସ ଦିବସ’। ଛୋଟ ପିଲାଙ୍କ ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ ‘ନୁଡଲ୍‌ସ’। ଏହାର ଉତ୍ପତ୍ତି ନିର୍ଦ୍ଦିଷ୍ଟ ଭାବେ ଜଣାନଥିଲେ ମଧ୍ୟ ଚାଇନାରୁ ଏହାର ଉତ୍ପତ୍ତି ବୋଲି ଅନେକ ଗ୍ରହଣ କରାଯାଏ। ଚାରି ହଜାର ବର୍ଷ ତଳେ ଚାଇନିଜ୍‌ମାନେ ନୁଡଲ୍‌ସ ଖାଉଥିବାର ପ୍ରମାଣ ମିଳେ। ସେମାନେ ବାଜରାରୁ ଏହା ପ୍ରସ୍ତୁତ କରୁଥିଲେ। ପରେ ଗହମ ଓ ଚାଉଳ ନୁଡଲ୍‌ସ ଲୋକପ୍ରିୟ ହୋଇଥିଲା। ଏହାର ଲୋକପ୍ରିୟତାର ମୁଖ୍ୟ କାରଣ, ଏହା ସୁସ୍ବାଦୁ ଏବଯ ରାନ୍ଧିବା ଖୁବ୍ ସହଜ ଓ ଶୀଘ୍ର ହଜମ ହୋଇଥାଏ। ଇଟାଲୀରେ ସବୁଠାରୁ ଅଧିକ ପ୍ରକାରର ନୁଡଲ୍‌ସ ମିଳେ।

ନବମ ଶତାବ୍ଦୀରେ ଜଣେ ବୌଦ୍ଧ ସନ୍ନ୍ୟାସୀଙ୍କ ଦ୍ୱାରା ଏହା ଜାପାନ୍‌ ଯାଇଥିଲା। ପ୍ରାଚୀନ ପର୍ସିଆନ୍‌ମାନେ ବି ଏହା ଖାଉଥିଲେ। କୋରିଆକୁ ଏହାର ପ୍ରବେଶ ମଧ୍ୟ ଯୁଗୀୟ ଘଟନା। ହୋରେସ୍‌ଙ୍କ ରଚନାରେ ଏହାର ବର୍ଣ୍ଣନା ମିଳେ। ତେଣୁ, କ୍ରାଏଷ୍ଟ୍‌ଙ୍କ ଜନ୍ମର ବହୁ ପୂର୍ବରୁ ଗ୍ରିକ୍‌ମାନେ ଏହା ଖାଉଥିବା ବିଶ୍ୱାସ କରାଯାଏ।

Comments are closed.