ପାୟଲ ଘୋଷଙ୍କ ଉପରେ ମାନହାନି ମାମଲା

ମୁମ୍ବାଇ : ମଙ୍ଗଳବାର ଦିନ ଅଭିନେତ୍ରୀ ପାୟଲ ଘୋଷ ସିନେମା ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ। ଅଭିନେତ୍ରୀ ପାୟଲ ଘୋଷଙ୍କୁ ଟାର୍ଗେଟ କରିଛନ୍ତି ଋଚା ଚଡ୍ଢା। ଋଚା ପାୟଲଙ୍କ ଉପରେ ୧.୧ କୋଟି ଟଙ୍କାର ମାନହାନି ମକଦ୍ଦମା ରୁଜୁ କରିଛନ୍ତି।
ପାୟଲ ଅନୁରାଗଙ୍କ ଉପରେ ଅଭିଯୋଗ ଆଣି କହିଥିଲେ ବଲିଉଡରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅନୁରାଗଙ୍କ ସହ କାମ କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାଆନ୍ତି।
ଏହା ସହ ସେ ମାହି ଗିଲ ଓ ହୁମା କ୍ୟୁରେସିଙ୍କ ନାଁ ନେଇ ଥିଲେ। ଋଚା ତୀବ୍ର ପ୍ରତିକ୍ରିୟା ରଖି ମାନହାନି ମକଦ୍ଦମା ରୁଜୁ କରିଛନ୍ତି।
ଋଚା କହିଛନ୍ତି ଯଦି କାହା ସହ କିଛି ବି ଭୁଲ ହେଉଛି ତାଙ୍କ ସହ ଖରାପ କାମ କରିଥିବା ଲୋକଙ୍କୁ ଦଣ୍ଡ ମିଳିବା ଦରକାର। ମାତ୍ର ଏମିତି ମିଛରେ କଥା କହିବା କିଛି ଦରକାର ନାହିଁ।
ପାୟଲଙ୍କ ପାଖରେ ଏମିତି କି ପ୍ରମାଣ ନାହିଁ ତାହେଲେ ସେ ତାଙ୍କ ନାଁ ନେଇ ତାଙ୍କୁ ଅପମାନିତ କାହିଁକି କରୁଛନ୍ତି। କୋର୍ଟ ଏ ମାମଲାର ଶୁଣାଣି ଅକ୍ଟୋବର ୭ରେ କରିବ।
Comments are closed.