Odisha Link
Bridging the Missing Links in Odisha

ଚଳନ୍ତା ଗାଡ଼ିରୁ ଝାମ୍ପିନେଲେ ଚେନ୍

ଭୁବନେଶ୍ବର : ଭୁବନେଶ୍ବରେ ପୁଣି ଲୁଟେରା ମାନଙ୍କର ତାଣ୍ଡବ ଆରମ୍ଭ ହୋଇଛି । ଚଳନ୍ତା ଗାଡ଼ିରୁ ଚେନ ଝାମ୍ପିନେଇଛନ୍ତି ଲୁଟେରା ।

ଏନେଇ ସହିଦ ନଗର ଥାନାରେ ଏତଲା ଦିଆଯାଇଛି । ଏହି ଦୁର୍ଘଟଣାଟି ଆପୋଲୋ ହସ୍ପିଟାଲ ନିକଟ ରାସ୍ତା ଉପରେ ଘଟିଥିଲା ।

ଝାମ୍ପିବା ସମୟରେ ଯୁବତୀ ଜଣକ ଭାରସାମ୍ୟ ହରାଇ ଖସି ପଡ଼ିଥିଲେ । ଗାଡ଼ିରୁ ଖସି ଯୁବତୀ ଜଣକ ଆହାତ ହୋଇଛନ୍ତି । ସ୍ଥାନୀୟ ଲୋକମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । କମିଶନରେଟ୍‌ ପୁଲିସ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

କିଛିଦିନ ତଳେ ସମାନ ଢ଼ଙ୍ଗରେ ହୋଇଥିଲା ଏକ ଲୁଟ୍‌। ଜଣେ ଯୁବତୀ ସ୍କୁଟିରେ କେନାଲ ରୋଡ୍‌ରେ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ମୋବାଇଲ ଝାମ୍ପି ନେଇଥିଲେ। ଫଳରେ ଯୁବତୀ ଜଣକ ଭାରସାମ୍ୟ ହରାଇ ପଡ଼ି ଯାଇଥିଲେ।

Comments are closed.