ରାଜଧାନୀରୁ ଆଉ ୩୧୪ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜଧାନୀରୁ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ରାଜଧାନୀରୁ ଆଉ ୩୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୮୪ ଓ ସ୍ଥାନୀୟ ଅଞ୍ଚଳରୁ ୨୩୦ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହ ଗତ ୨୪ ଘଣ୍ଟାରେ ୩୫୪ ଜଣ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୪ ହଜାର ୨୨୮କୁ ବୃଦ୍ଧି ପାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
Update on newly detected #COVID19 cases in the last
24 hrs under the BMC area on 7th Oct 2020(till 9am). pic.twitter.com/DQa8YGMaz6— BMC (@bmcbbsr) October 7, 2020
ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୪ ହଜାର ୨୨୮ ପଜିଟିଭ ମଧ୍ୟରୁ ୧୦୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥିମଧ୍ୟରୁ ୩,୫୩୧ ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୦ ହଜାର ୫୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
Comments are closed.