Odisha Link
Bridging the Missing Links in Odisha

ସୁନା ଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍‌

ଯାଜପୁର: ଯାଜପୁର ଧର୍ମଶାଳା ଥାନା ଅଞ୍ଚଳରେ ଘଟିଛି ଅଘଟଣ। ସୁନା ଦୋକାନୀଙ୍କୁ ଆକ୍ରମଣ କରି ଅଳଙ୍କାର ଲୁଟ୍‌ ହୋଇଛି। ଦୋକାନ ବନ୍ଦ କରି ସୁନା ଗହଣା ଧରି ଘରକୁ ଫେରୁଥିବା ବେଳେ ଲୁଟିନେଲେ ଦୁର୍ବୃତ୍ତ ।

ପ୍ରକାଶ ଯେ, ବ୍ରହ୍ମବରଦାର ସୁନା ବ୍ୟବସାୟୀ ମହେଶ୍ଵର ସାହୁ ନିଜ ଦୋକାନ ବନ୍ଦ କରି ସୁନାଗହଣା ନେଇ ସ୍କୁଟିରେ ବନ୍ଧଡିହସ୍ଥିତ ଘରକୁ ଫେରୁଥିବା ବେଳେ ଲୁଟ୍ ର ଶିକାର ହୋଇଛନ୍ତି। ଗତକାଲି ରାତି ପ୍ରାୟ ୮ଟାରେ ଏହି ଘଟଣା ଘଟିଛି। ଏକ ପଲସରରେ ଆସି ୩ ଜଣ ଦୁର୍ବୃତ୍ତ ହଠାତ୍ ତାଙ୍କୁ ଆକ୍ରମଣ କରିଥିଲେ। ସେ ତଳେ ପଡ଼ିଯିବାରୁ ଅଳଙ୍କାର ସହ ସ୍କୁଟିକୁ ନେଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ମହେଶ୍ଵରଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି ।

Comments are closed.