ଜିମେଲ୍ ଲୋଗୋରେ ପରିବର୍ତ୍ତନ ଆଣିଲା ଗୁଗୁଲ୍
ମୁମ୍ବାଇ: ଜିମେଲ୍ ଲୋଗୋରେ ପରିବର୍ତ୍ତନ ଆଣିଛି ଗୁଗୁଲ୍। ଜିମେଲ୍ ଲୋଗୋ ଲାଲ୍ ଏବଂ ଧଳା ରଙ୍ଗ ଥିବା ବଳେ ଏବ ଏଥିରେ ପରିବର୍ତ୍ତନ ଆସିଛି।ପରିବର୍ତ୍ତିତ ଲୋଗୋରେ ନୀଳ, ନାଲି, ହଳଦିଆ ଏବଂ ସବୁଜ ରଂଗ ବ୍ୟବହାର କରାଯାଇଛି। ଗୁଗୁଲ୍ର ପାରମ୍ପରିକ ରଂଗ ଅନୁସାରେ ଏହି ପରିବର୍ତ୍ତନ ଅଣାଯାଇଛି।
Gmail has a new logo that’s a lot more Google https://t.co/85shJgP1nb pic.twitter.com/8P2YhiiOQ5
— The Verge (@verge) October 6, 2020
ପୂର୍ବରୁ ଏକ ଏନ୍ଭଲପ୍ ଉପରେ ‘ଏମ’ ଲେଖାଥିବା ଲୋଗୋ ରହିଥିଲା। ଏବେ ମଧ୍ୟ ପୂର୍ବ ପରି ‘ଏମ୍’ ଲେଖାଯାଇଛି। ମାତ୍ର ଏନ୍ଭଲପ୍କୁ ହଟାଇ ଦିଆଯାଇଛି। ଗୁଗୁଲ୍ ଏନ୍ଭଲ୍ପର ଗୁରୁତ୍ବ ନଥିବା ଚିନ୍ତା କରି କେବଳ ଏମ୍ ରଖିବା ସହ ନିଜର ପାରମ୍ପରିକ ରଂଗରେ ଜିମେଲ୍ ଡିଜାଇନ୍ କରିଛି। ମାତ୍ର ଜାଣିବାକୁ ମିଳିଛି ଯେ, ବ୍ୟବହାରକାରୀମାନେ ଏହି ପରିବର୍ତ୍ତନରେ ଖୁସି ନୁହଁନ୍ତି।
The lack of cohesive iconography is sending me. pic.twitter.com/Iw7xhPQQR6
— Killed by Google 🔪 (@killedbygoogle) October 6, 2020
Comments are closed.