ବର୍ଷାଙ୍କୁ ଦିଲ୍ଲୀ କୋର୍ଟଙ୍କ ନୋଟିସ୍

ଭୁବନେଶ୍ୱର: ସାଂସଦ ଅନୁଭବ ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ ମାମଲାରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟଙ୍କ ପକ୍ଷରୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ୍ ଜାରି କରାଯାଇଛି। ବର୍ଷାଙ୍କୁ ଡିସେମ୍ବର ୧୦ରେ ହାଜର ହେବାକୁ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ନୋଟିସ୍ କରିଛନ୍ତି। ଅନୁଭବ ମହାନ୍ତିଙ୍କ ପକ୍ଷରୁ ଦାୟର ମାମଲାକୁ ଗ୍ରହଣ କରି ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ୍ ଜାରି କରିଛନ୍ତି କୋର୍ଟ। ବର୍ଷାଙ୍କୁ ନୋଟିସ୍ ହୋଇଥିବା ନେଇ ଅନୁଭବଙ୍କ ଓକିଲ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ବର୍ଷାଙ୍କ ଠାରୁ ବିବାହ ବିଚ୍ଛେଦ ପାଇଁ ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଆବେଦନ କରିଛନ୍ତି। ଉଭୟ ଅନୁଭବ ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ବିବାହ ବିଚ୍ଛେଦ ପାଇଁ ପୃଥକ ପୃଥକ ଆବେଦନ କରାଯାଇଛି। ଅନୁଭବ ଦିଲ୍ଲୀ ସ୍ଥିତ ପଟିଆଲା ହାଉସ କୋର୍ଟରେ ଏହି ଆବେଦନ କରିଥିବା ବେଳେ ବର୍ଷା କଟକରେ ଆବେଦନ କରିଛନ୍ତି।
Comments are closed.