Odisha Link
Bridging the Missing Links in Odisha

ଭଲ ଖବର: କରୋନା ମୁକ୍ତ ହେଲା ଗଞ୍ଜାମର ଏହି ବ୍ଲକ୍

ଖଲ୍ଲିକୋଟ: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନ ବହୁ ପଦକ୍ଷେପ ନେଉଛନ୍ତି। ଏସବୁ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର ସବ୍‌ଡିଭିଜନ ଅଧିନରେ ଥିବା ପୋଲସରା ବ୍ଲକ ପ୍ରଥମ ବ୍ଲକ ଭାବେ କରୋନା ମୁକ୍ତ ହୋଇଛି। ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପୋଲସରା ବ୍ଳକ୍‌ରେ ଆଉ ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉନଥିବା ବେଳେ ଗତ ତିନିଦିନ ହେଲା ଜଣେ ବି କରୋନାର ସକ୍ରିୟ ରୋଗୀ ନାହାନ୍ତି। ପୋଲସରା ବ୍ଲକକୁ ୧୮ ହଜାର ୫୪୬ଜଣ ପ୍ରବାସୀ ଫେରିଥିଲେ। ସେମାନଙ୍କ ମଧ୍ୟରୁ ୧୮,୧୦୮ ଜଣଙ୍କ କରୋନା ଟେଷ୍ଟ ହୋଇଥିବା ବେଳେ ଏଯାବତ ୫୮୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୫୭୩ ଜଣ ସୁସ୍ଥ ହୋଇଥିବା ବେଳେ ୭ଜଣଙ୍କ ମୃତ୍ୟୁ ହୋଇଛି।

ପୋଲସର ବ୍ଲକର ଜନସାଧାରଣ ସଚେତନ ହେବା ସହ ସତର୍କ ରହିବା । ପ୍ରଶାସନିକ ତତ୍ପରତା ଓ ପ୍ରଚେଷ୍ଟା, ପଞ୍ଚାୟତିରାଜ ପ୍ରତିନିଧି, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଆପ୍ରାଣ ପ୍ରଚେଷ୍ଟା ଯୋଗୁଁ ଏହି ସଫଳତା ମିଳିଛି । ସେହିପରି ଛତ୍ରପୁର ସ୍ଥିତ ଡିଆରଡିଏ କାର୍ଯ୍ୟାଳୟ ଓ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ କରୋନା ମୁକ୍ତ ଭାବେ ଜିଲ୍ଲାପାଳଙ୍କ ଠାରୁ ପ୍ରମାଣପତ୍ର ମିଳିସାରିଛି।

Comments are closed.