Odisha Link
Bridging the Missing Links in Odisha

ସର୍ବସାଧାରଣ ସ୍ଥାନରେ ପ୍ରତିବାଦ ମନା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସର୍ବସାଧାରଣ ସ୍ଥାନରେ ପ୍ରତିବାଦ ମନା। ଦିଲ୍ଲୀର ଶାହିନ୍ ବାଗରେ ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ନେଇ କରାଯାଇଥିବା ବିରୋଧ ପ୍ରଦର୍ଶନ ଉପରେ ସୁପ୍ରିମକୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ଅଦାଲତ କହିଛନ୍ତି ଯେ, ଶାହିନ୍ ବାଗ କିମ୍ବା ଅନ୍ୟ ସର୍ବସାଧାରଣ ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରଦର୍ଶନ କରାଯାଇପାରିବ ନାହିଁ। ଲୋକମାନଙ୍କର ଯିବା-ଆସିବାର ଅଧିକାର ବନ୍ଦ ହୋଇପାରିବ ନାହିଁ। ବିରୋଧ କରିବାର ଅଧିକାର ଏବଂ ଯିବା-ଆସିବାର ଅଧିକାର ମଧ୍ୟରେ ସନ୍ତୁଳନ ରହିବାର ଆବଶ୍ୟକ। ନିର୍ଦ୍ଦିଷ୍ଟ ସ୍ଥାନରେ ଏହି ପ୍ରତିବାଦ କରାଯିବା ଉଚିତ ବୋଲି କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ଡିସେମ୍ବର ୨୦୧୯ରେ କେନ୍ଦ୍ର ସରକାର ସଂସଦରେ ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ବିଲ୍ ପାସ କରିଥିଲେ, ଯେଉଁଥିରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସୁଥିବା ଧାର୍ମିକ ସଂଖ୍ୟାଲଘୁମାନଙ୍କୁ ନାଗରିକତ୍ୱ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଥିଲା। ଧର୍ମ ଆଧାରରେ ଏହି ଆଇନ ବଣ୍ଟନ କରାଯାଇଥିବା ଦାବି କରି ଦିଲ୍ଲୀରୁ ଶାହିନ୍ ବାଗ ପର୍ଯ୍ୟନ୍ତ ଦେଶର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଡିସେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଶାହିନ୍ ବାଗରେ ବସି ଲୋକେ ବିରୋଧ ପ୍ରଦର୍ଶନ କରିଥିଲେ। ପରେ କରୋନା ପାଇଁ ଲକଡାଉନ୍ ଆରମ୍ଭ ହେବାରୁ ଲୋକେ ଧାରଣାରୁ ଉଠିଥିଲେ।

Comments are closed.