କରୋନାରେ ଚାଲିଗଲା ଅବସର ପ୍ରାପ୍ତ ଡାକ୍ତରାଣୀଙ୍କ ଜୀବନ

ରାଉରକେଲା: ଆଇଜିଏଚର ଜଣେ ଅବସର ପ୍ରାପ୍ତ ଡାକ୍ତରାଣୀଙ୍କର କରୋନା ଜନିତ ମୃତ୍ୟୁ ହୋଇଛି ବୋଲି ଆଜି ଜଣାପଡ଼ିଛି। ହେଲେ ମେରୀ ବାରା (ଜଣାଶୁଣା ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର)। ତାଙ୍କର ଜୟପ୍ରକାଶ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।
ମେରୀଙ୍କ ସମେତ ମୋଟ ୩ ଜଣ ପ୍ରାକ୍ତନ ଆଇଜିଏଚର (ଇସ୍ପାତ ଜେନେରାଲ ହସ୍ପିଟାଲ) ଡ଼ାକ୍ତରଙ୍କ କରୋନା ଜନିତ ମୃତ୍ୟୁ ହୋଇଛି। ସେମାନେ ରାହାସ ବିହାରୀ ମହାପାତ୍ର ଓ ମେଜର ଗଣେଶ୍ୱର ସାହୁ ବୋଲି ସୂଚନା ମିଳିଛି।
Comments are closed.