ଓଟିଭି ବିରୋଧରେ ମାନହାନି ମୋକଦ୍ଦମା କଲେ ଅନୁଭବ
ନୂଆଦିଲ୍ଲୀ: ଓଟିଭି ବିରୋଧରେ ମାନହାନି ମୋକଦ୍ଦମା ଆଣିଛନ୍ତି ସାଂସଦ ଅନୁଭବ ମହାନ୍ତି। ତାଙ୍କ ନାଁରେ ଉଦ୍ଦ୍ୟେଶମୂଳକ ଭାବେ ମିଥ୍ୟା ଓ ଭିତ୍ତିହୀନ ଖବର ପ୍ରସାରଣକୁ ବିରୋଧ କରି ଅନୁଭବ ଦିଲ୍ଲୀ କୋର୍ଟରେ ମୋକଦ୍ଦମା ରୁଜୁ କରିଛନ୍ତି। ଏନେଇ ସାଂସଦ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
Filed a case for criminal defamation through Sri @ashwani_dube ji against @otvnews, Smt.@JagiPanda
w/o: Sri @PandaJay and Sri @RADHAMADHAB80 for intentionally, knowingly, maliciously destroying my public image, reputation and defaming me by selling #FakeNews
Satyamev Jayate🇮🇳 pic.twitter.com/vjFDgDTts1— Anubhav Mohanty (@AnubhavMohanty_) October 8, 2020
ସାଂସଦ ଟ୍ୱିଟ୍ କରି କହିଛନ୍ତି ଯେ, ସେ ଓଟିଭି ଏମଡି ଜାଗି ମଙ୍ଗତ୍ ପଣ୍ଡା, ସମ୍ପାଦକ ରାଧାମାଧବ ମିଶ୍ରଙ୍କୁ ବିରୋଧରେ ମାନହାନୀ ମୋକଦମା ରୁଜୁ କରିଛନ୍ତି। ଜାଣିଶୁଣି, ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ତାଙ୍କ ନାଁରେ ମିଥ୍ୟା ଖବର ପରିବେଶଣ କରାଯାଇ ଥିବାରୁ ସେ ଏହି ପଦକ୍ଷେପ ନେଇଛନ୍ତି। ଏପରିକି ଏହି ମିଥ୍ୟାଖବର ତାଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିଥିବା ସାଂସଦ କହିଛନ୍ତି।
Comments are closed.