ବ୍ୟାଙ୍କ ଠକେଇ ମାମଲା: ୫ ଦୋଷୀଙ୍କୁ ୧୪ ବର୍ଷ ଜେଲ୍
ବାରିପଦା: ବ୍ୟାଙ୍କ୍ ଠକେଇ ମାମଲାରରେ ୫ ଦୋଷୀଙ୍କୁ ୧୪ ବର୍ଷ ଜେଲ୍। ଆଜି ବ୍ୟାଙ୍କ୍ ଠକେଇ ମାମଲାର ବିଚାର କରି ବାରିପଦା ସିଜେଏମ୍ ୫ ଜଣ ଦୋଷୀଙ୍କୁ ୧୪ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଜେଲ୍ ଦଣ୍ଡ ସହ ୧୭ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ କରାଯାଇଛି। ତତକାଳୀନ ବିଏମ ଗିରିଜା ମିଶ୍ର, ଫିଲ୍ଡ ଅଫିସର ସତ୍ୟରୂପା ମହାନ୍ତି, ସପ୍ଲାୟର ବଙ୍ଗାଳି ଜେନା, ସୁଶାନ୍ତ ଜେନା ଓ ଏଜେଣ୍ଟ ସତ୍ୟାନ୍ଦ ପାତ୍ର ପ୍ରମୁଖ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ଜନନିଧି ଯୋଜନାରେ ୧ କୋଟି ୩୧ ଲକ୍ଷ ଠକେଇ ମାମଲାରେ ଏହି ଦଣ୍ଡାଦେଶ ଦିଆଯାଇଛି। ୨୦୧୨-୧୩ରେ ଝାରପୋଖରିଆ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(ବିଓଆଇ) ବ୍ୟାଙ୍କ ଠକେଇ ମାମଲାରେ ୫ ଜଣଙ୍କୁ ଉପରୋକ୍ତ ଦଣ୍ଡାଦେଶ ଦିଆଯାଇଛି।
Comments are closed.