କରୋନା: ରାଜ୍ୟରେ ୩୧୪୪ ପଜିଟିଭ୍ ଚିହ୍ନଟ
![](https://www.odishalink.com/wp-content/uploads/2020/04/Corona-Outbreak-in-Odisha-scaled-750x430.jpg)
ଭୁବନେଶ୍ବର: ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା। ଆଜି ୨୪ ଘଣ୍ଟା ମଧ୍ୟରେ ୩୧୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୪୧୪୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୨୫ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୩୧୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।
ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ୩୧୪୪ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୨୮, ବାଲେଶ୍ୱରରୁ ୭୨, ବରଗଡରୁ ୯୪, ଭଦ୍ରକରୁ ୧୦୧, ବଲାଙ୍ଗିରରୁ ୮୬, ବୋଦ୍ଧରୁ ୧, କଟକରୁ ୨୪୩, ଦେବଗଡରୁ ୨୪, ଢେଙ୍କାନାଳରୁ ୭୩, ଗଜପତିରୁ ୯, ଗଂଜାମରୁ ୩୮, ଜଗତସିଂହପୁରରୁ ୭୭, ଯାଜପୁରରୁ ୧୦୧, ଝାରସୁଗୁଡାରୁ ୮୩, କଳାହାଣ୍ଡିରୁ ୧୨୪, କନ୍ଧମାଳରୁ ୧୧୬, କେନ୍ଦ୍ରାପଡାରୁ ୮୨, କେନ୍ଦୁଝରରୁ ୬୩, ଖୋର୍ଦ୍ଧାରୁ ୫୬୨ କୋରାପୁଟରୁ ୩୭, ମାଲକାନଗିରିରୁ ୨୮, ମୟୂରଭଂଜରୁ ୧୧୫, ନବରଙ୍ଗପୁରରୁ ୧୦୭, ନୟାଗଡରୁ ୫୮, ନୂଆପଡାରୁ ୧୧୪, ପୁରୀରୁ ୧୨୨, ରାୟଗଡାରୁ ୨୯, ସମ୍ବଲପୁରରୁ ୧୩୬, ସୋନପୁରରୁ ୮୬ ଏବଂ ସୁନ୍ଦରଗଡରୁ ୧୦୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ୍ ପୁଲରୁ ୧୩୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
Comments are closed.