Odisha Link
Bridging the Missing Links in Odisha

ଗଞ୍ଜାମ ମଡେଲ୍କୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଶଂସା

ନୂଆଦିଲ୍ଲୀ: କୋରୋନା ମହାମାରୀର ମୁକାବିଲା କ୍ଷେତ୍ରରେ ଓଡିଶା ସରକାରଙ୍କ ଗଞ୍ଜାମ ମଡେଲ୍ ସବୁଆଡେ ପ୍ରଶଂସିତ। ଗଞ୍ଜାମ ଜିଲ୍ଲାରେ କୋରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଆପଣାଯାଇଥିବା ଏହି ମଡେଲକୁ ଏବେ ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ବି ପ୍ରଶଂସା କରିଛି।

କୋରୋନାକୁ ସଫଳ ଭାବେ ନିୟନ୍ତ୍ରଣ କରାଯାଇପାରେ। ଏହା ଓଡିଶାର ଗଞ୍ଜାମ ଓ ମହାରାଷ୍ଟ୍ରର ଧରାବୀରୁ ଶିଖିବା ଦରକାର ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ କହିଛି। ସଂକ୍ରମଣ ରୋକିବା ପାଇଁ ଛୋଟ ଛୋଟ ଅଞ୍ଚଳ ପ୍ରତି ଧ୍ୟାନ ଦେବା ଦରକାର ବୋଲି ଗଞ୍ଜାମ ଜିଲ୍ଲା ଓ ଧରାବୀ ବସ୍ତିର ଉଦାହରଣ ଦେଇ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ କହିଛି। କୋରୋନା ସଂକ୍ରମଣ ନେଇ ୩୧୦ଟି ସହର ଉପରେ ଅଧ୍ୟୟନ କରିଥିଲା ବିଶ୍ୱବିଦ୍ୟାଳୟ। ବିଶ୍ୱବିଦ୍ୟାଳୟ ପକ୍ଷରୁ କୁୁହାଯାଇଛି ଯେ, ଗଞ୍ଜାମ ଓ ଧରାବୀରେ ହଜାର ହଜାର ଲୋକ ସଂକ୍ରମିତ ହୋଇଥିଲେ। କିନ୍ତୁ ଆଜି ଏଠାରେ ୨ ଶହରୁ ବି କମ୍ ରୋଗୀ ଅଛନ୍ତି। ଗଞ୍ଜାମ ଜିଲ୍ଲା ଓ ଧରାବୀ ବସ୍ତି ମଡେଲରୁ ଅନେକ କିଛି ଶିଖିହେବ ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ କହିଛି।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଅଧ୍ୟୟନରେ ଦର୍ଶାଯାଇଛି ଯେ, ଗଞ୍ଜାମ ଜିଲ୍ଲାରେ ମେ ଦୁଇ ତାରିଖରେ କୋରୋନାର ପ୍ରଥମ ମାମଲା ଆସିଥିଲା। ଅଗଷ୍ଟ ମାସରେ ରୋଗୀ ସଂଖ୍ୟା ୫୯ ପ୍ରତିଶତ ହୋଇଯାଇଥିଲା। କିନ୍ତୁ ବିଭିନ୍ନ ଉପାୟ ଦ୍ୱାରା ରୋଗୀ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ କରାଯାଇପାରିଥିଲା। ଗଞ୍ଜାମରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ରାଜ୍ୟର ନବୀନ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପର ଉଦାହରଣ ଦେଇଛି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ। ସଂକ୍ରମଣ ନିୟନ୍ତ୍ରଣ ପାଇଁ ଗଂଜାମ ସମେତ ସବୁ ଜିଲ୍ଲାରେ ସରପଞ୍ଚଙ୍କୁ ଅଧିକ କ୍ଷମତା, ସବୁ ଗାଁରେ କୋଭିଡ୍ ପରିଚାଳନା କମିଟି ଭଳି ଉଦାହରଣ ଦେଇଛି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ।

Comments are closed.