Odisha Link
Bridging the Missing Links in Odisha

ବିଧାୟକ ଅତନୁ ସବ୍ୟସାଚୀଙ୍କୁ କରୋନା

ଭୁବନେଶ୍ୱର: କରୋନା କବଳରେ ଆଉ ଜଣେ ବିଧାୟକ। ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ନିଜେ ସୂଚନା ଦେଇଛନ୍ତି। ବିଧାୟକ ସୂଚନା ଦେଇ କହିଛନ୍ତି ଯେ, ବିଧାନସଭା ପକ୍ଷରୁ ହୋଇଥିବା କୋଭିଡ଼ ପରୀକ୍ଷାରେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି। କରୋନାର କୌଣସି ଲକ୍ଷଣ କି ସମସ୍ୟା ନାହିଁ। ଡାକ୍ତରଙ୍କ ପରାମର୍ଶ କ୍ରମେ ଏବେ ଚିକିତ୍ସିତ ହେଉଛି। ପ୍ରଭୁ ବଳଦେବଜୀଙ୍କ କୃପାରୁ ମୁଁ ଭଲ ଅଛି ବୋଲି ସେ କହିଛନ୍ତି।

Comments are closed.