କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାସଓ୍ଵାନଙ୍କ ପରଲୋକ
![](https://www.odishalink.com/wp-content/uploads/2020/10/Ram-Vilas-Paswan.jpg)
ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟମନ୍ତ୍ରୀ ତଥା ଲୋକଜନ ଶକ୍ତି ପାର୍ଟି ନେତା ରାମ ବିଳାଶ ପାସଓ୍ଵାନଙ୍କ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। କିଛି ଦିନ ତଳେ ତାଙ୍କର ଦିଲ୍ଲୀର ଏକ ହସ୍ପିଟାଲରେ ହାର୍ଟ ସର୍ଜରୀ ହୋଇଥିଲା। ଦୀର୍ଘ ଦିନ ହେଲାଣି ସେ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସନ୍ଧ୍ୟାରେ ତାଙ୍କ ଦେହାନ୍ତ ହୋଇଛି।
ରାମ ବିଳାଶଙ୍କ ବିୟୋଗରେ ବିଭିନ୍ନ ରାଜନୈତିକ ମହଲରେ ଶୋକବ୍ୟକ୍ତ କରାଯାଇଛି। ରାମ ବିଳାଶ ପାସୱାନ ଲୋକ ଜନଶକ୍ତି ପାଟିର ସଭାପତି ଥିଲେ। ସେ ୯ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଲୋକସଭାକୁ ୮ଥର ଓ ରାଜ୍ୟସଭାକୁ ଥରେ ନିର୍ବାଚିତ ହୋଇଥିଲେ। ୧୯୭୯ ମସିହାରେ ପ୍ରଥମଥର ପାଇଁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
Comments are closed.