ରାଜଧାନୀରୁ ଆଉ ୩୧୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରୁ ଆଉ ୩୧୬ କରୋନା ପଜିଟିଭ୍ ଚିହ୍ନଟ। ଏଥିସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୪୮୫୩ରେ ପହଞ୍ଚିଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୮୪ ଜଣ ରହିଥିବା ବେଳେ ୨୩୨ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଏହାସହ ୩୨୬ ଜଣ ଆରୋଗ୍ୟ ଲାଭ କରିଛନ୍ତି।
Update on newly detected #COVID19 cases in the last
24 hrs under the BMC area on 9th Oct 2020(till 9am). pic.twitter.com/JvMA8djS8l— BMC (@bmcbbsr) October 9, 2020
ସୂଚନାଯୋଗ୍ୟ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୪୮୫୩ ରେ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୫୦୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୧୨୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୧୧ ଜଣଙ୍କର ମୃତ୍ୟୁ ହୋଇଛି।
Comments are closed.