କରୋନା: ରାଜ୍ୟରେ ଚିହ୍ନଟ ହେଲେ ୨୬୯୭ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନ। ୨୪ ଘଣ୍ଟା ମଧ୍ୟରେ ୨୬୯୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୬୮୩୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୭୬ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୧୨୧ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।
ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ୨୬୯୭ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୦୭, ବାଲେଶ୍ୱରରୁ ୧୧୫, ବରଗଡରୁ ୮୬, ଭଦ୍ରକରୁ ୬୬, ବଲାଙ୍ଗିରରୁ ୬୨, ବୋଦ୍ଧରୁ ୩୧, କଟକରୁ ୨୩୪, ଦେବଗଡରୁ ୧୫, ଢେଙ୍କାନାଳରୁ ୪୫, ଗଜପତିରୁ ୮, ଗଂଜାମରୁ ୪୫, ଜଗତସିଂହପୁରରୁ ୬୫, ଯାଜପୁରରୁ ୧୧୮, ଝାରସୁଗୁଡାରୁ ୭୭, କଳାହାଣ୍ଡିରୁ ୪୫, କନ୍ଧମାଳରୁ ୩୪, କେନ୍ଦ୍ରାପଡାରୁ ୬୯, କେନ୍ଦୁଝରରୁ ୭୫, ଖୋର୍ଦ୍ଧାରୁ ୪୮୨ କୋରାପୁଟରୁ ୪୫, ମାଲକାନଗିରିରୁ ୪୦, ମୟୂରଭଂଜରୁ ୧୩୪, ନବରଙ୍ଗପୁରରୁ ୫୧, ନୟାଗଡରୁ ୩୮, ନୂଆପଡାରୁ ୧୫୩, ପୁରୀରୁ ୬୪, ରାୟଗଡାରୁ ୩, ସମ୍ବଲପୁରରୁ ୧୦୭, ସୋନପୁରରୁ ୬୯ ଏବଂ ସୁନ୍ଦରଗଡରୁ ୧୨୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ୍ ପୁଲରୁ ୯୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
Comments are closed.