ଓଭରବ୍ରିଜ୍ ନିକଟରୁ ହାତୀର ମୃତଦେହ ଠାବ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ମଳିପଡ଼ା ଓଭରବ୍ରିଜ୍ ନିକଟରେ ଏକ ହାତୀର ମୃତଦେହ ଠାବ ହୋଇଛି। ତେବେ କେଉଁ ସ୍ଥିତିରେ ହାତୀର ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ।
ହାତୀ ମୃତ୍ୟୁ ଘଟିଥିବା ସ୍ଥାନରେ ଏକ ବାଉଁଶ ବୁଦା ଥିବା ବେଳେ ଉପରେ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ ତାର ଯାଇଛି। ତେଣୁ ହାତୀଟି ଖାଦ୍ୟ ଅନ୍ୱେଷଣରେ ଆସିଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି। କିଛି ଦିନ ତଳେ ମଳିପଡା ରାମେଶ୍ୱର ଛକସ୍ଥିତ ମଲାଗୁଣୀ ନଦୀ ନିକଟରେ ଦୁଇଟି ହାତୀର ମୃତଦେହ ଠାବ କରାଯାଇଥିଲା। ପୂର୍ବରୁ ଖୋର୍ଦ୍ଧା ସହର, ଡାକ୍ତରଖାନା ପରସରରେ ମଧ୍ୟ ହାତୀ ଦେଖିବାକୁ ମିଳିଥିଲା।
Comments are closed.