ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ: ୨୦୨୦ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇଛି। ଓ୍ବାର୍ଲଡ ଫୁଡ୍ ପ୍ରୋଗ୍ରାମ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ। ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଓ ପରିବେଶ କର୍ମୀ ଗ୍ରେଟା ଥନବର୍ଗ ଥିବାବେଳେ ସେମାନଙ୍କୁ ପଛରେ ପକାଇଦେଇଛି ଡବ୍ଲୁଏଫପି। କ୍ଷୁଧା ବିରୋଧରେ ଲଢ଼େଇ ଓ କ୍ଷୁଧାମୁକ୍ତି ପାଇଁ ଡବ୍ଲୁଏଫ୍ପିକୁ ୨୦୨୦ ନୋବେଲ ଶାନ୍ତି ପୁରସ୍କାର ମିଳିବ। ଏନେଇ ଆଜି ନୋବେଲ କମିଟି ୨୦୨୦ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରିଛନ୍ତି।
BREAKING NEWS:
The Norwegian Nobel Committee has decided to award the 2020 Nobel Peace Prize to the World Food Programme (WFP).#NobelPrize #NobelPeacePrize pic.twitter.com/fjnKfXjE3E— The Nobel Prize (@NobelPrize) October 9, 2020
ଏ ସମ୍ପର୍କରେ ଟ୍ଵିଟ୍ କରି ନୋବେଲ କମିଟି ପକ୍ଷରୁ କୁହାଯାଇଛି ଯେ ବିଶ୍ୱରେ କ୍ଷୁଧା ବିରୋଧରେ ଲଢେଇ, ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଶାନ୍ତି ଆଣିବା ଦିଗରେ ପ୍ରୟାସ ଏବଂ ଯୁଦ୍ଧ କିମ୍ବା ବିବାଦ ଲାଗି କ୍ଷୁଧାକୁ ଏକ ଅସ୍ତ୍ରଭାବେ ବ୍ୟବହାର କରାଯିବାକୁ ରୋକିବା ଦିଗରେ ଉଦ୍ୟମ ଲାଗି ଦି ଓ୍ଵାର୍ଲଡ୍ ଫୁଡ ପ୍ରୋଗ୍ରାମକୁ ନେବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ। ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇଁ ମୋଟ ୩୧୮ଟି ମନୋନୟନକୁ ବିଚାରକୁ ନିଆଯାଇଥିଲା । ସେଗୁଡ଼ିକ ମଧ୍ୟରୁ ୨୧୧ ଜଣ ବ୍ୟକ୍ତି ଥିବାବେଳେ ୧୦୭ଟି ସଂଗଠନ ରହିଥିଲା।
ସୂଚନାଯୋଗ୍ୟ, ନୋବେଲ ପୁରସ୍କାର ସ୍ଵିଡେନର ବୈଜ୍ଞାନିକ ଆଲଫ୍ରେଡ ନୋବେଲଙ୍କ ନାମରେ ଦିଆଯାଏ। ପୁରସ୍କାର ଭାବେ ସ୍ଵର୍ଣ୍ଣ ପଦକ ଏବଂ ଏକ କୋଟି ସ୍ଵିଡିଶ କ୍ରୋନା(ପ୍ରାୟ ୮.୨୦ କୋଟି ଟଙ୍କା) ଦିଆଯାଏ।
Comments are closed.