୭୮ ବର୍ଷ ବୟସରେ ପାଦ ରଖିଲେ ବଲିଉଡର ବିଗ ବି

ନୂଆଦିଲ୍ଳୀ: ଆଜି ବଲିଉଡର ସେହନ ସା ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ୭୮ ବର୍ଷ ବୟସରେ ପାଦ ରଖିଲେ ବଲିଉଡର ବିଗ ବି। ବଲିଉଡକୁ ଏକାଧିକ ସୁପର ଡୁପର ଫିଲ୍ମ ଭେଟି ଦେଇଥିବା ବିଗ ବି ସବୁବେଳେ ଚର୍ଚାରେ ରହିଆସିଛନ୍ତି। ଅମିତାଭ ଏବେ ସୋନି ଟିଭିରେ ଗେମ ରିଏଲିଟି ସୋ କୌନ ବନେଗା କରୋଡପତିର ୧୨ତମ ସିଜିନର ସୁଟିଂରେ ବ୍ୟସ୍ତ ଅଛନ୍ତି। ତେଣୁ ଜନ୍ମ ଦିନରେ ମଧ୍ୟରେ ସେ ଘରେ ବସିବେ ନାହିଁ। କୌନ ବନେଗା କରୋଡପତିର ସେଟରେ ହେବ ବିଗ ବିଙ୍କ ଜନ୍ମଦିନର ସେଲିବ୍ରେସନ। ତେବେ ମହାନାୟକଙ୍କ ଜନ୍ମଦିନ ଅବସରରେ ପ୍ରଂଶସକଙ୍କ ଶୁଭେଚ୍ଛା ଛୁଟିବାରେ ଲାଗିଛି।
ଆଜି ହେଉଛି ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିବସ। ଆଉ ଗତକାଲି ଥିଲା ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରେଖାଙ୍କ ଜନ୍ମଦିନ। ଏଦୁଇ କଳାକାର ବେଶ୍ କେତୋଟି ସିନେମାରେ ଏକାଠି ନଜର ଆସିଥିଲେ। ଅମିତାଭ ଓ ରେଖାଙ୍କ ସଂପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। ତେବେ ବିଗ୍ ବି ଅମିତାଭ ବଚ୍ଚନ, ରେଖା ଓ ଜୟା ଭାଦୁଡ଼ିଙ୍କ ବାସ୍ତବ ଜୀବନର ପ୍ରେମ ତ୍ରିକୋଣକୁ ନେଇ ଆଜି ବି ଚର୍ଚ୍ଚା ହୁଏ। ଅମିତାଭ ଓ ରେଖା ପ୍ରଥମେ ‘ଦୋ ଅନ୍ଜାନେ’ର ସୁଟିଂ ସେଟ୍ରେ ପରସ୍ପର ସହିତ ପରିଚିତ ହୋଇଥିଲେ। ସେ ଦୁହେଁ ପରେ ବେଶ୍ କେତୋଟି ହିନ୍ଦୀ ସିନେମାରେ ଏକାଠି କାମ କରିଥିଲେ । ତେବେ ଉଭୟଙ୍କୁ ଏକାଠି ଶେଷ ଥର ପାଇଁ ୟଶ୍ ଚୋପ୍ରାଙ୍କ ବହୁଚର୍ଚ୍ଚିତ ସିନେମା ‘ସିଲ୍ସିଲା ’ରେ ଦେଖିବାକୁ ମିଳିଥିଲା । କୁହାଯାଏ ଯେ ଜୟାଙ୍କୁ ବିବାହ କରିବା ପରେ ବି ଅମିତାଭ ରେଖାଙ୍କ ସହ ସଂପର୍କ ରଖିଥିଲେ ।
Comments are closed.