ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସିଲ୍

ଭୁବନେଶ୍ବର : ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପକୁ ସିଲ୍ କରା ଯାଇଛି । ଆଇଓସିଲ୍ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାଯାଇଛି।
ସୂଚନା ଅନୁସାରେ, ପ୍ରାୟ ଦିନ ଗୋଟାଏ ବେଳେ ଉକ୍ତ ପେଟ୍ରୋଲ୍ ଟାଙ୍କିରେ ଏକ ଟ୍ରକରୁ ଏଲପିଜି ସିଲିଣ୍ଡର ଓହ୍ଲା ଯାଉଥିଲା। ଏହି ସମୟରେ ଏକ ବିରାଟ ଶବ୍ଦ ହୋଇ ବିସ୍ଫୋରଣ ଘଟିଥିଲା।
ତା’ପରେ ନିଆଁ ଭୟଙ୍କର ଭାବେ ବହୁ ଉଚ୍ଚକୁ ଉଠି ଜଳୁଥିବା ଦେଖାଯାଉଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ । ପ୍ରଚଣ୍ଡ ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳ ଥରିଉଠିଥିଲା ବୋଲି ସ୍ଥାନୀୟ ଲୋକେ କହିଥିଲେ ।
ଟାଙ୍କିରେ କାମ କରୁଥିବା ଲୋକେ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ନିକଟରେ ଥିବା କେତେକ ଘରର କାଚ ଝରକା ଭାଙ୍ଗି ଯାଇଥିଲା। ଏଣେ କିଛି ଲୋକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଟେକ୍ନିସିଆନ୍ ସତ୍ୟ ନାୟକଙ୍କର ମୃତ୍ୟୁ ହୋଇଥିବା ବେଳେ ସାଇଟ୍ ଇଞ୍ଜିନିୟର ସୀମାଞ୍ଚଳ ପରିଡ଼ାଙ୍କ ପତ୍ତା ମିଳୁନି।
ଏକାଧିକ ମୃତ୍ୟୁ ହୋଇଥିବା ସନ୍ଦେହରେ ଖୋଳତାଡ଼ ଜାରି ରଖିଛି ପୁଲିସ।ଏଲପିଜି ଟାଙ୍କି ଫାଟିବାରୁ ଏହି ବିସ୍ଫୋରଣ ଘଟିଲା ବୋଲି ପୁଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଥିଲେ।
Comments are closed.