ଆଜି ବି ମନେ ପଡନ୍ତି ଖୋକା ଭାଇ

ଭୁବନେଶ୍ବର: ଆଜି ବି ମନେ ପଡନ୍ତି ଖୋକା ଭାଇ। ଆଜି ଓଲିଉଡ ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀ। ଓଡିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗୀତିକାର ଭାବେ ସେ ଆଜି ବି ପ୍ରତି ଓଡିଆଙ୍କ ମନରେ ଜୀବିତ। ଦୀର୍ଘ ୧୮ ବର୍ଷ ହେଲାଣି ସେ ସ୍ୱର୍ଗାବାସ କରିଥିଲେ ସୁଦ୍ଧା ଆଜି ବି ତାଙ୍କ ସଙ୍ଗୀତ ସବୁ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଗୁଂଜରିତ ହୁଏ। ତାଙ୍କର ଗୀତର ଯାଦୁ ଏବେବି ଲୋକଙ୍କୁ ମତୁଆଲା କରେ।
ଓଡ଼ିଆ ଆଧୁନିକ ଓ ସୁଗମ ସଙ୍ଗୀତର ଜନ୍ମଦାତା ଥିଲେ ଅକ୍ଷୟ। ଅକ୍ଷୟ ମହାନ୍ତିଙ୍କ ସଂଗୀତ ଆଜି ବି ସ୍ମୃତିରେ ଉଜାଗର ରହିଛି। ସେ ଓଡ଼ିଆ କଥାଚିତ୍ର ହେଉ କି ପଲ୍ଲୀଗୀତ ବା ଭଜନ, ତାଙ୍କର କଣ୍ଠରେ ପ୍ରତ୍ୟେକଟି ଗୀତ ଥିଲା ବେଶ ହୃଦୟସ୍ପର୍ଷୀ। ୭୫ଟି ଓଡ଼ିଆ କଥାଚିତ୍ରରେ ସେ ସଂଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ୯୨ଟି କଥାଚିତ୍ରରେ ରହିଛି ତାଙ୍କ ସ୍ୱରର ଯାଦୁ। ଖାଲି ସେତିକି ନୁହେଁ ତାଙ୍କ କଲମରୁ ଜନ୍ମ ନେଇଛି ପ୍ରାୟ ୧୮ଟିରୁ ଉର୍ଦ୍ଧ ପୁସ୍ତକ। ଓଡ଼ିଶାର ଅନେକ ଲୋକକଥା ଓ ଗୀତକୁ ସଙ୍ଗୀତ ସଂଯୋଜନା କରି ଆଜି ବି ଓଡିଆଙ୍କ ହୃଦୟରେ ରାଜ୍ କରୁଛନ୍ତି।
Comments are closed.