Odisha Link
Bridging the Missing Links in Odisha

୧ କୁଇଣ୍ଟାଲ ଗଞ୍ଜେଇ ଜବତ କଲା ପୁଲିସ

ବାସୁଦେବପୁର: ଦିନକୁଦିନ ଗଞ୍ଜେଇ ବେପାର ବଢ଼ିବାରେ ଲାଗିଛି । ପୁଲିସ ଭଦ୍ରକ ଜିଲା ବାସୁଦେବପୁର ଅନ୍ତର୍ଗତ ସୁଦର୍ଶନପୁର ରାସ୍ତାରେ ଅଫୁଲା ନିକଟରୁ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି।

ଘଟଣାସ୍ଥଳରୁଗୋଟିଏ କାରକୁ ଜବତ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ଅଟକ ରଖିଛି ପୁଲିସ। ରବିବାର ରାତି ପେଟ୍ରୋଲିଂ ସାରି କର୍ମଚାରୀ ମାନେ ଫେରୁଥିବା ବେଳେ କାରଟି ନଜରକୁ ଆସିଥିଲା।

ଗାଡ଼ିଟିକୁ ଯାଞ୍ଚ କରିବା ପରେ ସେଥିରୁ ଗଞ୍ଜେଇ ବହାରିଥିଲା । ତାପରେ ପୁଲିସ ଗାଡ଼ିଟିକୁ ଥାନାକୁ ନେଇଆସିଥିଲା।

Comments are closed.