ଆସିକା ବସ ଷ୍ଟାଣ୍ଡରୁ ୧୩୪ କେଜି ଗଞ୍ଜେଇ ଜବତ

ଆସିକା: ଆସିକା ପୁଲିସ ଛଅ ଜଣ ଯୁବକଙ୍କୁ ଗିରଫ କରିଛି ।ସେମାନେ ଆସିକା ବସ ଷ୍ଟାଣ୍ଡରେ ଭୁବନେଶ୍ବର ବସକୁ ଅପେକ୍ଷା କରିଥିଲେ ।
ସେହି ସମୟରେ ଆସିକ ଥାନା ଏସ ଆଇ ବିଶ୍ଵଜିତ ନାୟକଙ୍କ ସହିତ ଏକ ଟିମ୍ ପେଟ୍ରୋଲିଂ କରୁଥିଲେ । ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶରେ ଏହି ଟିମ୍ ସେମାନଙ୍କ ଉପରେ ଚଢ଼ାଉ କରିଥିଲା।
ପୁଲିସ ସେମାନଙ୍କ ପକ୍ଷରୁ ଛଅଟି ଅଖାରେ ଥିବା ୧୩୪କେଜି ଗଞ୍ଜେଇ ଜବତ କରିଛି। ଗିରଫ ହୋଇଥିବା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ଼ ମହୁରୀ ଗ୍ରାମର ପୀତବାସ ଗୌଡ଼, ବିଶ୍ୱନାଥ ସାହୁ, ଟୁନା ଗୌଡ଼, ଶେରଗଡ଼ ଥାନା ଅନ୍ତର୍ଗତ ବାଦଗଡ଼ ଗ୍ରାମର ସାଇବ ଗୌଡ଼, ଜିତୁ ଗୌଡ଼, ନିରାକାର ଗୌଡ଼କୁ କେସ ନମ୍ବର ୫୩୦/୨୦ ପ୍ରକାରେ କୋର୍ଟ ଚାଲାଣ କରିଛି।
Comments are closed.