୧୪୪ ଧାରା ଜାରିରେ ଆୟୋଜନ ହେବ ମା ବିରଜାଙ୍କ ରଥଯାତ୍ରା

ଭୁବନେଶ୍ୱର: ୧୪୪ ଧାରା ଜାରିରେ ଆୟୋଜନ ହେବ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା । ଆସନ୍ତା ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ରଥଯାତ୍ରା ହେବ ।
ରଥଯାତ୍ରା ପୂର୍ବରୁ ସେବାୟତମାନଙ୍କର କୋଭିଡ଼ ଟେଷ୍ଟ କରାଯିବ। ଏ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକରେ ନିଷ୍ପତ୍ତି ହୋଇଛି।
ରଥଯାତ୍ରା ପାଇଁ ଶୀଘ୍ର ନିଷ୍ପତ୍ତି ନେବାକୁ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। କୋଭିଡ କଟକଣା ମଧ୍ୟରେ ରଥଯାତ୍ରା କରିବାକୁ ନିଷ୍ପତ୍ତି ନେବାକୁ ଅଦାଲତ ପରାମର୍ଶ ଦେଇଥିଲେ।
ବିରଜାରେ ରଥଯାତ୍ରା କରିବା ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଥିଲା। ଗତ ଅକ୍ଟୋବର ୮ରେ ମା’ ବିରଜାଙ୍କ ରଥଯାତ୍ରା ନେଇ ହାଇକୋର୍ଟରେ ଶୁଣାଣି ହୋଇଥିଲା।
Comments are closed.